ବିଚାରପତୀଙ୍କ ଘରେ ବାପା କରୁଥିଲେ ଚପରାସୀ ଚାକିରି ! ଆଜି ବଡ ହୋଇ ଝିଅ ହେଲା ବିଚାରପତୀ, କିନ୍ତୁ ବାପା ଦେଖିପାରିଲାନି ଝିଅର ସଫଳତା ।  

673

ସ୍ୱପ୍ନ ତ ସମସ୍ତେ ଦେଖନ୍ତି ହେଲେ ସବୁ ସ୍ୱପ୍ନ ପୂରଣ ହୁଏନି । ସ୍ୱପ୍ନ ପୂରଣ କରିବା ପାଇଁ ମନରେ ଇଚ୍ଛା ଶକ୍ତି ସହ ଦୃଢ ବିଶ୍ୱାସ ଥିବା ଦରକାର । ପିଲାବେଳୁ ବାପାଙ୍କ ଚପରାସୀ କାର୍ୟ୍ୟର କଷ୍ଟ ଦେଖି ବଡ ହୋଇଥିବା ଅର୍ଚ୍ଚନା ଜୀବନରେ ନେଇଥିଲେ ବଡ ନିଷ୍ପତି, ଦେଖିଥିଲେ ଜଜ୍ ହେବାର ସ୍ୱପ୍ନ । ବର୍ତ୍ତମାନ ସମୟରେ ତାଙ୍କ ସେହି ସ୍ୱପ୍ନ ପୂରଣ ହୋଇଯାଇଛି । କେବେ ବିଚାରପତି ହେବାର ସ୍ୱପ୍ନ ଦେଖିଥିବା ଅର୍ଚ୍ଚନାଙ୍କ ସ୍ୱପ୍ନ ପୂରଣ ହୋଇଛି। କିନ୍ତୁ ତାଙ୍କର ଏହି ସଫଳତା ଦେଖିବାକୁ ତାଙ୍କ ବାପା ଆଉ ନାହାନ୍ତି। ପଟନାର କଙ୍କରବାଗରେ ରହୁଥିବା ଅର୍ଚ୍ଚନା ଜୁଡିସିଆଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏକ ସାଧାରଣ ପରିବାରରେ ଜନ୍ମ ହୋଇଥିବା ଅର୍ଚ୍ଚନା ତାଙ୍କ ସ୍ୱପ୍ନକୁ ହାସଲ କରିବାରେ ସଫଳ ହୋଇପାରିଛନ୍ତି । ଅର୍ଚ୍ଚନା କହିଛନ୍ତି, ତାଙ୍କ ବାପା ଜଜଙ୍କ ପାଖରେ ଚାକର ପରି କାମ କରୁଥିବା ଦୃଶ୍ୟ ତାଙ୍କୁ ଛୋଟ ବେଳୁ ହିଁ କଷ୍ଟ ଦେଇ ଆସୁଥିଲା ।

ବଡ଼ ହେଲେ ଜଣେ ବିଚାରପତି ହୋଇ ବାପାଙ୍କ ଆତ୍ମସମ୍ମାନକୁ ଫେରାଇ ଆଣିବାକୁ ସ୍ୱପ୍ନ ଦେଖିଥିଲି ଏବଂ ଏଥିପାଇଁ ଅନେକ ଘାତ ପ୍ରତିଘାତ ମଧ୍ୟ ସହ୍ୟ କରିଛି । ଅର୍ଚ୍ଚନା ପୁଣେ ବିଶ୍ୱବିଦ୍ୟାଳୟରୁ ଏଲଏଲବି ପାସ କରିବା ପରେ ୨୦୧୪ ରେ ସେ ପାଟନାର ବିଏମଟି କଲେଜରେ ଏଲଏଲମ ପାସ କରିଥିଲେ । ସେ ତାଙ୍କ ୨ୟ ପ୍ରୟାସରେ ଜୁଡିସିଆଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ କହିଛନ୍ତି ଯେ, ବାପାଙ୍କ ମୃତ୍ୟୁ ପରେ ତାଙ୍କର ଜୀବନର ମୋଡ ବଦଳି ଯାଇଥିଲା ହେଲେ ତାଙ୍କ ମା ପ୍ରତିକ୍ଷେତ୍ରରେ ତାଙ୍କୁ ସହଯୋଗ କରିଆସିଛନ୍ତି । ବିବାହ ପରେ ମା’ ସ୍ୱାମୀ ଏବଂ ଶାଶୁଘର ଲୋକେ ତାଙ୍କୁ ସପୋର୍ଟ କରି ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ଦେଇଛନ୍ତି ।