ୟୁପି ପରେ ବିହାର ରାଜନୀତିରେ ଜିନ୍ନାଙ୍କ ଏଣ୍ଟ୍ରି, ଜେଡିୟୁ ନେତା ଦେଲେ ଏଭଳି ବୟାନ

125

କନକ ବ୍ୟୁରୋ : ଭାରତୀୟ ରାଜନୀତିରେ ମହମ୍ମଦ ଅଲୀ ଜିନ୍ନାଙ୍କ ଗୁଣଗାନ ଥମିବାରେ ନାଁ ନେଉନି । ୟୁପିରେ ଅଖିଳେଶ ଯାଦବ ଓ ଓମପ୍ରକାଶ ରାଜଭରଙ୍କ ପରେ ଏବେ ବିହାର ଜେଡିୟୁ ନେତା ଖାଲିଦ ଅନୱର ବି ଜିନ୍ନାଙ୍କ ଗୁଣଗାନ କରିବାକୁ ପଛାଇ ନାହାଁନ୍ତି ।

ବିହାର ବିଧାନ ପରିଷଦର ଏମଏଏସି ତଥା ଜେଡିୟୁର ବରିଷ୍ଠ ନେତା ଖାଲଦ ଅନୱାର କହିଛନ୍ତି କି ‘ଜିନ୍ନା ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ, ସେ ଦେଶର ସ୍ୱାଧୀନତା ପାଇଁ ଅନେକ ସଂଘର୍ଷ କରିଛନ୍ତି , ହେଲେ ସେ ସ୍ୱାଧୀନତା ପରେ ପାକିସ୍ତାନ ନିର୍ମାଣ କରିଥିବାରୁ ତାଙ୍କୁ ନେଇ ଚାଲିଥିବା ଆଲୋଚନା ଠିକ ନୁହେଁ’

କେବଳ ସେତିକି ନୁହେଁ ଅନୱାର କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମରେ ଜିନ୍ନାଙ୍କ ସଂଘର୍ଷକୁ ନେଇ ଏହା ଜେଡିୟୁର ସ୍ପଷ୍ଟମତ । ଏହାସହ ଅନୱାର କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି କି ଆତଙ୍କବାଦଙ୍କୁ ଭିନ୍ନ ଭିନ୍ନ ଚଷାମାରେ ଦେଖବାର ଫଳ ହେଉଛି ଦେଶ ବିଭାଜନ । କେବଳ ଜିନ୍ନା ନୁହଁନ୍ତି ଦେଶ ବିଭାଜନ ପାଇଁ ଅନୱାର କଂଗ୍ରେସକୁ ବି ଦାୟୀ । ଏହାସହ ପ୍ରଧାନମନ୍ତ୍ରୀ ହେବା ପାଇଁ ନେହେରୁ ଦେଶ ବିଭାଜନକୁ ପ୍ରୋତ୍ସାହିତ କରିଥିଲେ ବୋଲି ଅନୱାର କହିଛନ୍ତି ।

ଆତଙ୍କବାଦକୁ ନେଇ ଅନୱାର କହିଛନ୍ତି “ଆତଙ୍କବାଦର କୌଣସି ରଙ୍ଗ ନାହିଁ,ହେଲେ କେବଳ କଂଗ୍ରେସ କାରଣରୁ ଦେଶ ବିଭାଜିତ ହୋଇଥିଲା । ଭାରତ ବିଭାଜନରେ ଯେତିକି ଭୂମିକା ଜିନ୍ନାଙ୍କର ଥିଲା ସେତିକି ଭୂମିକା ବି କଂଗ୍ରେସର ଥିଲା ”

ଅନୱାରଙ୍କର ଏଭଳି ମନ୍ତବ୍ୟକୁ ବିରୋଧ କରିଛି ବିହାର ବିଜେପି । ବିହାର ସରକାରେ ମନ୍ତ୍ରୀଥିବା ସମ୍ରାଟ ଚୌଧୁରୀ କହିଛନ୍ତି କି ଯେଉଁମାନେ ଜିନ୍ନାଙ୍କ ପ୍ରଶଂସା କରୁଛନ୍ତି ସେମାନଙ୍କ ପାଇଁ ପାକିସ୍ତାନର ଦ୍ୱାର ଖୋଲା ରହିଛି । ଏହାସହ ଯେଉଁମାନେ ଭାରତରେ ରହିବାକୁ ଚାହୁଁଛନ୍ତି ସେମାନେ ଭାରତ ମାତା ଓ ମହାତ୍ମା ଗାନ୍ଧୀଙ୍କ ଜୟଗାନ କରିବାକୁ ପଡିବ ।