ବିହାରରେ ନରେନ୍ଦ୍ର ମୋଦୀ, ନୀତିଶ କୁମାର ଓ ତେଜସ୍ୱୀ ଯାଦବଙ୍କ ପାଇଁ ବଡ଼ ପରୀକ୍ଷା : କୋଭିଡ ସମୟରେ କାହାକୁ ବାଛିବେ ଜନତା, ତା’ ଉପରେ ସମସ୍ତଙ୍କ ନଜର

ଆଉ କିଛି ସମୟର ଅପେକ୍ଷା

218

କନକ ବ୍ୟୁରୋ : ବିହାର ବିଧାନସଭା ପାଇଁ ଆଜି ଭୋଟ ଗଣତି କରାଯିବ । କିଏ ବିହାରର ବିଗବସ ହେବ ସେନେଇ ନିଷ୍ପତି ହେବ । ବୁଥ ବାହୁଡା ମତରେ ତେଜସ୍ୱୀ ଯାଦବଙ୍କ ମହାଗଠବନ୍ଧନ ବହୁମତ ପାଇବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ଆଜି ଅସଲି ଫଳାଫଳ ସାମ୍ନାକୁ ଆସିବ । ବିହାର ବିଧାନସଭା ନିର୍ବାଚନ ଅନେକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ।

ଯଦି ବୁଥ ବାହୁଡା ମତର ପୂର୍ବାନୁମାନ ସତ ହୁଏ, ତେବେ ଏନଡିଏକୁ ଶକ୍ତ ଝଟକା ଲାଗିବ ଏବଂ ୩୧ ବର୍ଷର ଯୁବକ ତେଜସ୍ୱୀ ଯାଦବଙ୍କ ନିଯୁକ୍ତିର ନାରା ଅନ୍ୟ ପ୍ରଦେଶରେ ମଧ୍ୟ ପ୍ରସଙ୍ଗ ବନିବା ପାଇଁ ପ୍ରେରଣା ଦେବ । ଆଉ ସବୁଠୁ ବଡ଼ କଥା ହେଉଛି, ମୋଦୀ ସରକାରଙ୍କ କରୋନା ପରିଚାଳନାକୁ ବିହାରବାସୀ କିପରି ଗ୍ରହଣ କରିଛନ୍ତି, ତା’ର ମଧ୍ୟ ହିସାବ ନିକାଶ ହେବ । କାରଣ ଲକ୍ଡାଉନ୍ କଟକଣା ବେଳେ ବିହାରର ଲକ୍ଷ ଲକ୍ଷ ଦାଦନ ଶ୍ରମିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।