କନକ ବ୍ୟୁରୋ: ବିହାର ସରକାରଙ୍କୁ ଆଶ୍ୱସ୍ତି ।  ନିକଟରେ ରାଜ୍ୟ ସରକାର ପ୍ରକାଶ କରିଛନ୍ତି ଜାତିଗତ ଜନଗଣନା ରିପୋର୍ଟ । ପଟନା ହାଇକୋର୍ଟଙ୍କ ନିଷ୍ପତିକୁ ବିରୋଧରେ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଆବେଦନ ଉପରେ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କ ରିପୋର୍ଟ ପ୍ରକାଶ ଉପରେ ରହିତାଦେଶ ଦେବାକୁ କୋର୍ଟ ମନା କରିଛନ୍ତି । କୋର୍ଟ କହିଛନ୍ତି ରାଜ୍ୟ ସରକାରଙ୍କ ଯୋଜନା ଓ ନିଷ୍ପତିିରେ ହସ୍ତକ୍ଷେପ କରାଯାଇପାରିବନି । ଜାତିଭିତିକ ଜନଗଣନା ତଥ୍ୟ  ପ୍ରକାଶନରୁ ବିହାର ସରକାରଙ୍କୁ ନିବୃତ କରାଯାଇପାରିବ ନାହିଁ ।

Advertisment