କନକ ବ୍ୟୁରୋ : ବିହାର ସରକାର ଜାତିଗତ ଜନଗଣନା ରିପୋର୍ଟ ଜାରି କରିଛନ୍ତି । ସରକାରୀ ରିପୋର୍ଟ ମୁତାବକ ରାଜ୍ୟରେ ୩୬ ପ୍ରତିଶତ ଅତି ପଛୁଆବର୍ଗର ଲୋକ ବାସ କରୁଥିବା ବେଳେ ୨୭ ପ୍ରତିଶତ ପଛୁଆବର୍ଗର ଲୋକ ବାସ କରୁଛନ୍ତି । ସେହିଭଳି ୧୯ ପ୍ରତିଶତ ଅତି ଅନୁସୂଚିତ ଜାତି ଓ ୧.୬୮ ପ୍ରତିଶତ ଅନୁସୂଚିତ ଜାତିର ଲୋକ ବାସ କରୁଛନ୍ତି ।

Advertisment

ନୀତିଶ ସରକାର ରାଜ୍ୟରେ ଜାତୀୟ ଜନଗଣନା କାର୍ଯ୍ୟ ସମାପ୍ତ କରିଛନ୍ତି । ସୋମବାର ଦିନ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ ସହିତ ଅନ୍ୟ ଅଧିକାରୀମାନେ ମିଳିତ ଭାବେ ଏହି ରିପୋର୍ଟ ଜାରି କରିଛନ୍ତି । ଜାତିଗତ ଜନଗଣନା ପରେ ବିହାରର ମୋଟ ଜନସଂଖ୍ୟା ୧୩ କୋଟିରୁ ଅଧିକ ବୋଲି କୁହାଯାଇଛି । ରିପୋର୍ଟ ମୁତାବକ ବିହାରରେ ମୋଟ ଜନସଂଖ୍ୟା ୧୩ କୋଟି ୭ ଲକ୍ଷ ୨୫ ହଜାର ୩୧୦ ଜଣ ।

ବିହାର ସରକାରଙ୍କ ତରଫରୁ ବିକାଶ ଅଧିକାରୀ ବିବେକ ସିଂ ସାମ୍ବାଦିକ ସମ୍ମିଳନୀ କରି ହକିଛନ୍ତି କି ବିହାରରେ ଉଚ୍ଚ ଜାତିର ଲୋକଙ୍କ ସଂଖ୍ୟା ୧୫.୨ ପ୍ରତିଶତ । ସେହିଭଳି ଭୂମିହାରଙ୍କ ଜନସଂଖ୍ୟା ୨.୮୬ ପ୍ରତିଶତ, ବ୍ରାହ୍ମଣଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୩.୬୬ ପ୍ରତିଶତ । ଅନ୍ୟପଟେ କୁର୍ମୀ ସଂପ୍ରଦାୟର ଲୋକଙ୍କ ସଂଖ୍ୟା ୨.୮୭ ପ୍ରତିଶତ, ମୁସହର ସଂପ୍ରଦାୟ ଲୋକଙ୍କର ଜନସଂଖ୍ୟା ୩ ପ୍ରତିଶତ । ସେପେଟ ଯାଦବଙ୍କ ଜନସଂଖା ୧୪ ପ୍ରତିଶତ ଓ ରାଜପୁପଙ୍କ ସଂଖ୍ୟା ୩.୪୫ ପ୍ରତିଶତ ଅଟେ ।