କନକ ବ୍ୟୁରୋ: ଆଗରେ ପଡିଛି ପଥ ବହୁଦୂର, ଆହୁରି କେତେ ଯେ ବାକି... ଚାଲିବି ଚାଲିବି ନପଡିବି ଥକି, ମୁଦିବା ଆଗରୁ ଆଖି...
ଏ କଥା ହୁଏତ ଏମିତି କିଛି ଚିତ୍ର ପାଇଁ ହିଁ ଲେଖା ହୋଇଛି । ଆଗରେ ଅନେକ ରାସ୍ତା, ଯିବାକୁ ଅଛି ଅନେକ ଦୂର । ଆଖିରେ ଅସୁମାରୀ ସ୍ୱପ୍ନ, ସତ କରିବାକୁ ଲଢୁଛି ଏକାଏକା । ଗୋଟିଏ ଗୋଡ, ଗୋଟିଏ ପାଦ । ଏତେସବୁ ସମସ୍ୟା ଭିତରେ ତଥାପି କମିନି ସାହସ, ମରିନି ଜୋସ୍ । ଗୋଟିଏ ଗୋଡରେ ସୀମା ଲଙ୍ଘିଯିବାର ଶକ୍ତି । ମନରେ ସମୟ ସାମ୍ନାରେ ମୁଣ୍ଡ ନନୁଆଁଇବାର ସଙ୍କଳ୍ପ । ସବୁ କଷ୍ଟ, ସବୁ ଯନ୍ତ୍ରଣା ସହି ସେ ପଢିବ, ବଢିବ, ମଣିଷଟିଏ ହେବ...
ସେଇଥିପାଇଁ ତ କୁନି ଝିଅର କାନ୍ଧରେ ପଡିଛି ବହି ବସ୍ତାନି... ପାଦରେ ନାହିଁ ଚପଲ, ଗୋଟିଏ ଗୋଡରେ ଡେଇଁ ଡେଇଁ ପାଠ ପଢିବାକୁ ଯାଉଛି କୁନି ଝିଅ । ହୁଏତ ଏହି କୁନି ଝିଅ ଜାଗାରେ ଆଉ କିଏ ଥିଲେ ଏତେବେଳକୁ ହାର ମାନିସାରନ୍ତାଣି କି ପରିସ୍ଥିତି ଆଗରେ ଆତ୍ମସମର୍ପଣ କରି ସାରନ୍ତାଣି । କିନ୍ତୁ ଏଠି ଦୃଢ ଇଛାଶକ୍ତି , ଅଦମ୍ୟ ଆତ୍ମବିଶ୍ୱାସ ବଳରେ ଆଗକୁ ବଢୁଛି ୧୦ ବର୍ଷର ସ୍କୁଲ ଛାତ୍ରୀ ସୀମା । ଗୋଟିଏ ଗୋଡରେ ପ୍ରତିଦିନ ଦୀର୍ଘ ୧ କିଲୋମିଟର ଚାଲି ଚାଲି ସ୍କୁଲ ଯାଉଛି ସେ । ମନ ଲଗାଇ ପାଠ ବି ପଢୁଛି । ଭବିଷ୍ୟତରେ ଶିକ୍ଷୟିତ୍ରୀ ହୋଇ ଗରିବ ପିଲାଙ୍କୁ ପଢାଇବାର ଲକ୍ଷ୍ୟ ରଖିଛି ।
अब यह अपने एक नहीं दोनो पैरों पर क़ूद कर स्कूल जाएगी।
टिकट भेज रहा हूँ, चलिए दोनो पैरों पर चलने का समय आ गया। @SoodFoundation 🇮🇳 https://t.co/0d56m9jMuA— sonu sood (@SonuSood) May 25, 2022
୨ ବର୍ଷ ତଳର ଘଟଣା... ବିହାର ଜମୁଇର ସୀମାଙ୍କ ସହ ଘଟିଥିଲା ଏକ ଭୟଙ୍କର ଦୁର୍ଘଟଣା । ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ସୀମାଙ୍କ ଜୀବନକୁ ଅନ୍ଧାର ଭିତରକୁ ଠେଲିଦେଲା । ଆଉ ସେହି ଦୁର୍ଘଟଣାରେ ସୀମା ତାଙ୍କର ଗୋଟିଏ ଗୋଡ ହରାଇ ବସିଲେ । ଝିଅର ଏମିତି ଅବସ୍ଥା ଦେଖି ଭାଙ୍ଗି ପଡିଲେ ବାପାମାଆ । ପରିବାର ଲୋକ ବି ଦୁଃଖରେ ମ୍ରିୟମାଣ ହୋଇଗଲେ । ଝିଅ ଜୀବନରେ କିଛି କରିପାରିବନି ଏଇ କଥା ଭାବି ସମସ୍ତେ ମନଦୁଃଖ କରୁଥିଲେ ବି ସୀମା କିନ୍ତୁ ଭାଙ୍ଗିପଡି ନଥିଲେ । ଗୋଟିଏ ଗୋଡ ହେଉ, ସେ କାହା ଉପରେ ବୋଝ ହେବେନି କି ହାରିବେନି । ଏଇ ଜିଦ୍ ନେଇ ସେ ନିଜ କାମ ନିଜେ କରୁଛି, ପ୍ରତିଦିନ ଗୋଟିଏ ଗୋଡରେ ଗୋଟେ କିଲୋମିଟର ଚାଲି ଚାଲି ସ୍କୁଲ ଯାଉଛି । ନିଜ ଗାଁ ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ସେ ବଡ ହୋଇ ଶିକ୍ଷୟିତ୍ରୀ ସାଜି ପିଲାଙ୍କୁ ଶିକ୍ଷାଦାନ କରିବାକୁ ସ୍ୱପ୍ନ ଦେଖିଛନ୍ତି । ଆଉ ନିଜ ସ୍ୱପ୍ନକୁ ସତ କରିବାକୁ ସେ ସବୁ ସଙ୍ଘର୍ଷକୁ ପାଣି ପରି ପିଇଯାଉଛି ।
ତେବେ ଗୋଟିଏ ପାଦରେ ସ୍କୁଲ ଯାଉଥିବା ସୀମାର ଏହି ସଙ୍ଘର୍ଷ ଓ ପ୍ରେରଣାରେ ଭିଡିଓ ସୋନୁ ସୁଦ ଦେଖିବା ପରେ ତାଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୋନୁ ଟ୍ୱିଟ କରି ଲେଖିଛନ୍ତି, ଆଉ ସେ ଗୋଟିଏ ଗୋଡରେ ନୁହେଁ ଦୁଇଟି ଗୋଡରେ ଡେଇଁଡେଇଁ ସ୍କୁଲ ଯିବ । ଟିକେଟ୍ ପଠାଇଲି, ସମୟ ଆସିଛି ଏବେ ଦୁଇଟି ଗୋଡରେ ଚାଲିବାକୁ । ସୋନୁଙ୍କ ଏହି ଟୁଇଟ ସୀମାଙ୍କ ଜୀବନରେ ନୂଆ ଆଶା ଆଣିଦେଇଥିବା ବେଳେ ଆଗାମୀ ଭବିଷ୍ୟତ ସୁଖମୟ ହେବା ସହ ଗରିବ ଝିଅ ସୀମା ଦେଖିଥିବା ଶିକ୍ଷୟିତ୍ରୀ ସ୍ୱପ୍ନ ସତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/GIRL-UP.jpg)