କୌଣସି ସମୟରେ ବଦଳିପାରେ ପାଳି । ୯୯ ଟି ଆସନରେ ଭୋଟ ମାର୍ଜିନ ୨ ହଜାର ତଳେ

171

କନକ ବ୍ୟୁରୋ : ବିହାର ନିର୍ବାଚନ ପରେ ଆଜି ସକା ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଭୋଟ ଫଳା ଫଳର ସଦ୍ୟ ସୂଚନା ମୁତାବକ ପୁଣିଥରେ ନିତୀଶ କୁମାର ସରକାର କରିପାରନ୍ତି ବୋଲି ଅନୁମାନ କରାଯାଉଛି । ମାତ୍ର ଏହା ବର୍ତମାନ ଯାଏ ସ୍ପଷ୍ଟ ହୋଇନାହିଁ । କହିରଖୁ କି ଯେତେବେଳେ ଭୋଟ ଗଣତି ଆରମ୍ଭ ହୋଇଥିଲା ସେତେବେଳେ ମହାଗଠବନ୍ଧନର ପଲ୍ଲା ଭାରି ଥିଲା । ହେଲେ କିଛି ଘଂଟା ମଧ୍ୟରେ ସ୍ଥିତି ବଦଳିଗଲା । ଏବେ ୧୩୦ ଆସନରେ ଏନଡିଏ ଆଗୁଆ ଥିବା ବେଳେ ୧୦୭ ଆସନରେ ମହାଗଠବନ୍ଧନ ଆଗରେ ରହିଛି । ହେଲେ କୌଣସି ମୂହୂତ୍ତ୍ୱରେ ବି ପାଳି ବଦଳି ଯାଇପାରେ । ଏହାର କାରଣ ହୋଉଛି । ୯୯ ଟି ଆସନରେ ଏନଡିଏ ଓ ମହାଗଠବନ୍ଧନ ପ୍ରାର୍ଥୀଙ୍କ ଭିତରେ ମାତ୍ର ୨୦୦୦ ଭୋଟ ବ୍ୟବଧାନରେ ଆଗ ପଛ ହେଉଛି । ଏହି ସମିକରଣ ବଦଳିବାକୁ ବହୁତ କିଛି ସମୟ ଲାଗି ନପାରେ । ଅନ୍ୟପଟେ ନିର୍ବାଚନ ଆୟୋଗଙ୍କ ୱେବସାଇଟରୁ ମିଳିଥିବା ସୂଚନା ମୁତାବକ ୩ ଟି ଆସନରେ ୨୦୦ ରୁ କମ୍ ମାର୍ଜିନ ରହିଛି । ସେହିଭଳି ୧୦ ଟି ଆସନରେ ୫୦୦ ରୁ କମ୍ ଭୋଟର ମାର୍ଜିନ ରହିଛି । ସେହିଭଳି ୨୬ ଟି ଆସନରେ ୧୦୦୦ ତଳେ ମାର୍ଜିନ ରହିଥିବା ବେଳେ ୪୬ ଟି ଆସନରେ ୨୦୦୦ ତଳେ ଭୋଟ ମାର୍ଜିନ ରହିଛି । ଅନ୍ୟପଟେ ୫୭ ଟି ଆସନରେ ୩ ହଜାର ତଳେ ଓ ୯୦ ଟି ଆସନରେ ଭୋଟ ମାର୍ଜିନ ୫ ହଜାର ତଳେ ରହିଛି । ଏହାକୁ ଯଦି ନଜର କରାଯିବ କୌଣସି ମୁହୁତ୍ତ୍ୱରେ ପାରି ବଦଳିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।