ବିହାର ନିର୍ବାଚନ ଭୋଟ ଗଣତିରୁ ୩୨ ଆସନରୁ ଅସିଲା ସମ୍ପୂର୍ଣ୍ଣ ଫୈସଲା । ୨୨ ଟିରେ ଏନଡିଏ ବିଜୟଲାଭ କରିଥିବା ବେଳେ ୯ ଟି ଆସନରେ ମହାଗଠବନ୍ଧନ ବିଜୟଲାଭ କରିଛି

157

 କନକ ବ୍ୟୁରୋ ବିହାର ନିର୍ବାଚନ ଭୋଟ ଗଣତିର ପ୍ରଥମ ସମ୍ପୁର୍ଣ୍ଣ ଫଳା ଫଳ ଆସିଛି । ୩୨ ଟି ବିଧାନସଭା ନିର୍ବାଚନ କ୍ଷେତ୍ରରେ ସମ୍ପୁର୍ଣ୍ଣ ଭୋଟ ଗଣନା ସରିଛି । ଏହି ୩୨ଟି ବିଧାନସଭା କ୍ଷେତ୍ରରୁ ୨୨ ଟିରେ ଏନଡିଏ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ମହାଗଠବନ୍ଧନରୁ ୯ ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏହା ସହ ଅନ୍ୟାନ୍ୟ ଦଳ ମଧ୍ୟ ଗୋଟିଏ ଆସନରେ ବିଜୟୀ ହୋଇ ସାରିଛି।
ଅନ୍ୟପଟେ ଏପର୍ଯ୍ୟନ୍ତ ଭୋଟ ଗଣତିରୁ ଆସିଥିବା ସୂଚନା ମୁତାବକ ଏନଡିଏର ପଲ୍ଲା ଭାରି ରହିଛି । ବାକି ଥିବା ୨୨୮ ବିଧାନସଭା ଆସନରୁ ଏନଡିଏ ୧୧୬ ଆସନରେ ଆଗୁଆ ଥିବା ବେଳେ ମହାଗଠବନ୍ଧନ ୧୦୨ ଆସନରେ ଆଗୁଆ ରହିଛି ।
ଏବେ ଟ୍ରେଣ୍ଡ ଯେଭଳି ଚାଲିଛି ତାହାକୁ ନଜର କଲେ ଏନଡିଏ ଯେ ପୁଣି ଥରେ ବିହାରରେ ସରକାର କରିବା ତାହା ସମୟକ୍ରମେ ସ୍ପଷ୍ଟ ହେବାରେ ଲାଗିଛି ।
ସବୁଠାରୁ ବଡ କଥା ବିହାରରେ ତେଜସ୍ୱୀଙ୍କ ସପକ୍ଷରେ ଯେଭଳି ଏକଜିଟପୋଲ ଆସିଥିଲା ତାହା କଂଗ୍ରେସ ପାଇଁ ଧୂଳିସାତ ହେବାକୁ ଯାଉଛି । ମହାଗଠବନ୍ଧନରେ କଂଗ୍ରେସ ୭୦ ଟି ଆସନରେ ଲଢିଥିଲେ ବି ଏପର୍ଯ୍ୟନ୍ତ ଆସିଥିବା ସୂଚନା ମୁତାବକ ମାତ୍ର ୨୦ ଟି ଆସନରେ କଂଗ୍ରେସ ଆଗୁଆ ରହିଛି ।