କନକ ବ୍ୟୁରୋ : ବିହାର ନିର୍ବାଚନ ପରେ ଭୋଟ ଗଣତି ଆରମ୍ଭ ହୋଇଛି । ସକାଳ ୭ ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତିରେ ସକାଳ ୯ ଟା ସୁଦ୍ଧା ମହାଗଠବନ୍ଧନ ଆବଶ୍ୟକ ସଂଖ୍ୟା ୧୨୨ ଠାରୁ ବହୁ ଆଗରେ ଆଗୁଆ ଥିବା ବେଳେ ଏବେ ଦିନ ୧୧ ଟା ସୁଦ୍ଧାର ମିଳିଥିବା ଫଳା ଫଳ ମୁତାବକ ଏନଡିଏ ଆଗରେ ଚାଲିଛି । ଏନଡିଏ ୧୨୪ ଆସନରେ ଆଗୁଆ ଥିବା ବେଳେ ମହାଗଠବନ୍ଧନ ୧୦୨ ଆସନରେ ଆଗୁଆ ରହିଛି । ଏନଡିଏ ରେ ବିଜେପି ବଡପାର୍ଟି ଭାବେ ଉଭା ହେଉଛି ବିଜେପି ୬୮, ଜେଡିୟୁ ୪୯, ଏଚଏଏମ୍ ୧ ଓ ଭିଆଇପି ପାର୍ଟି ୬ ଟି ଆସନରେ ଅଗୁଆ ଚାଲିଛି । ସେହିଭଳି ମହାଗଠବନ୍ଧନରେ ଆରଜେଡି ୬୭, କଂଗ୍ରେସ ୨୦ ଓ ବାମଦଳ ୧୫ ଟି ଆସନରେ ଆଗୁଆ ଚାଲିଛି।
ସେହିଭଳି ଅନ୍ୟାନ୍ୟ ଛୋଟ ଛୋଟ ଦଳ ୧୦ ଟି ଆସନରେ ଆଗୁଆ ଥିବା ବେଳେ କେନ୍ଦ୍ର ଏନଡିଏର ସହଯୋଗୀ ଏଲଜେପି ଏବେ ୭ ଟି ଆସନରେ ଆଗୁଆ ଅଛି । ନିର୍ବାଚନ ଗଣିତକୁ ଯଦି ନଜର କରାଯାଏ ତେବେ ଆରଜେଡିକୁ ଝଟ୍‌କା ଦେଇଛି କଂଗ୍ରେସ । ମହାଗଠବନ୍ଧନରୁ ୭୦ ଟି ଆସନ ନେଇ ଲଢୁଥିବା କଂଗ୍ରେସ ଏବେ ମାତ୍ର ୨୦ ଟି ଆସନରେ ଆଗୁଆ ରହିଛି ।