ବିହାରରେ ଆରମ୍ଭ ହେଲା ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ଉଭୟ ଏନଡିଏ ଓ ମହାଗଠବନ୍ଧନ ମଧ୍ୟରେ କଡା ଟକ୍କର, ୧୦ ଲେଖାଏଁ ଆସନରେ ଉଭୟ ଆଗୁଆ ।

92

କନକ ବ୍ୟୁରୋ : ବିହାରରେ ଆରମ୍ଭ ହୋଇଛି ଭୋଟ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟର ଭୋଟ ଗଣତି ଆରମ୍ଭ ହୋଇଛି । କୋଭିଡ କଟକଣା ଓ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡରେ ଉଭୟ ଏନଡିଏ ଓ ମହାଗଠବନ୍ଧନ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ୨୪୩ ଆସନରୁ ଏନଡିଏ ୧୦ ଆସନରେ ଆଗୁଆ ଥିବା ବେଳେ ମହାଗଠବନ୍ଧନ ୧୦ ଆସନରେ ଆଗୁଆ ରହିଛି ।

ପ୍ରାରମ୍ଭିକ ଟ୍ରେଣ୍ଡରେ ମହାଗଠବନ୍ଧନ ଭଲ ଆରମ୍ଭ କରିଥିବା ବେଳେ ଏହାକୁ କେତେ ସଂଖ୍ୟାରେ ପହଞ୍ଚାଇପାରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ନୀତିଶ ଓ ମୋଦିଙ୍କ ହାୱାକୁ ପ୍ରତିହତ କରି ତେଜସ୍ୱୀ ତେଜ ଦେଖାଇଛନ୍ତି । ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ଅନୁଯାୟୀ, ଏନଡିଏକୁ କଡା ଚ୍ୟାଲେଞ୍ଜ ଦେଉଛନ୍ତି ଆରଜେଡି ନେତୃତ୍ୱାଧୀନ ମହାଗଠବନ୍ଧନ ।