ପାଖେଇ ଆସୁଛି ବିହାର ନିର୍ବାଚନ । ବେକାରୀ ସମସ୍ୟା ଓ ଦରବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀତିଶଙ୍କୁ ଘେରିଲେ ତେଜସ୍ୱୀ ଯାଦବ । ସେପଟେ ଦୁର୍ନୀତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ର୍ଟାେଗଟ କଲେ ଚିରାଗ ପାଶୱାନ । ନୀତିଶ କହିଲେ, କାମରେ ବିଶ୍ୱାସ କରେ ତାଙ୍କ ଦଳ

113

 କନକ ବ୍ୟୁରୋ : ପାଖେଇ ଆସୁଛି ବିହାର ନିର୍ବାଚନ । ଏନଡିଏ ବିପକ୍ଷରେ ଏକାକି ଲଢୁଛନ୍ତି ମହାମେଂଟର ମଙ୍ଗ ଧରିଥିବା ତେଜସ୍ୱୀ ଯାଦବ । ବେକାରୀ ସମସ୍ୟା, ଦରବୃଦ୍ଧି ଓ ଦୁର୍ବଳ ଅର୍ଥନୀତିକୁ ପ୍ରସଙ୍ଗ କରି ନୀତିଶ ସରକାର ଓ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ତେଜସ୍ୱୀ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଦୁର୍ନୀତି ପ୍ରସଙ୍ଗ ଉଠାଇ ଜେଲ ହିଁ ତାଙ୍କର ପ୍ରକୃତ ସ୍ଥାନ ବୋଲି କହିଛନ୍ତି ଚିରାଗ । ସେପଟେ ଏନଡିଏ ସହ ମିଳିତ ଭାବେ ନିର୍ବାଚନ ଲଢୁଥିବା ନୀତିଶ ମଧ୍ୟ ଆରଜେଡିକୁ ଟାର୍ଗେଟ କରିଛନ୍ତି ।

୨୦୧୫ରେ ଆରଜେଡିର ଏହି ଯୁବନେତାଙ୍କୁ ଦେଖିବାକୁ ମିଳିଥିଲା । ଏବଂ ମେଂଟ ସରକାର ଗଠନ ହେବା ପରେ ଉପମୁଖ୍ୟମନ୍ତ୍ରୀ ବନିଯାଇଥିଲେ ତେଜସ୍ୱୀ । ତେବେ ପରବର୍ତୀ ୨୦୧୯ନିର୍ବାଚନରେ ତାଙ୍କୁ ସଫଳତା ମିଳିନଥିଲା । ଏବେ ତାଙ୍କରି ନେତୃତ୍ୱରେ ମହାମେଂଟ ନିର୍ବାଚନୀ ଲଢୁଥିବା ବେଳେ ନୀତିଶ ଓ ବିଜେପି ବିରୋଧରେ ଏକାକି ମୈଦାନକୁ ଓହ୍ଳାଇଛନ୍ତି ଏହି ଯୁବ ନେତା । ବିହାରର ବିଭିନ୍ନ ସ୍ଥାନରେ ନିର୍ବାଚନୀ ରାଲି କରି ସିଧାସଳଖ କେନ୍ଦ୍ର ଓ ନୀତିଶ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ତେଜସ୍ୱୀ ଯାଦବ ।

ଚଳିତ ନିର୍ବାଚନରେ ବେକାରୀ ସମସ୍ୟା, ଦରବୃଦ୍ଧି ଓ ଦୁର୍ବଳ ଅର୍ଥନୀତିକୁ ପ୍ରସଙ୍ଗ କରିଛନ୍ତି ତେଜସ୍ୱୀ ଯାଦବ । ପିଆଜ ଦର ବୃଦ୍ଧି ପ୍ରସଙ୍ଗରେ ନୀତିଶ ସରକାର ଓ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ତେଜସ୍ୱୀ ।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଦୁନୀତି ପ୍ରସଙ୍ଗ ଉଠାଇଛନ୍ତି ଏଲଜେପି ନେତା ଚିରାଗ ପାଶୱାନ । ଏବଂ ଜେଲ ହିଁ ତାଙ୍କର ପ୍ରକୃତ ସ୍ଥାନ ବୋଲି କହିଛନ୍ତି ।

ସେପଟେ ଏନଡିଏ ସହ ମିଳିତ ଭାବେ ନିର୍ବାଚନ ଲଢୁଥିବା ନୀତିଶ ମଧ୍ୟ ଆରଜେଡିକୁ ଟାର୍ଗେଟ କରିଛନ୍ତି । ଏବଂ ଜେଡିୟୁ ଦଳ କେବଳ କାମ କରିବାରେ ବିଶ୍ୱାସ ରଖେ ନିଜର ଲୋକପ୍ରିୟତା ବଢାଇବାରେ ନୁହେଁ ବୋଲି କହିଛନ୍ତି ନୀତିଶ କୁମାର ।

ବିହାର ନିର୍ବାଚନୀ ମଇଦାନରେ ଏବେ ଗୋଟିଏ ପଟେ ଏନଡିଏ ରହିଥିବା ବେଳେ ଏହାକୁ କଡା ମୁକାବିଲା ଦେଉଛି ମହାମେଂଟ । ବିଜେପି ଓ ଜେଡିୟୁ, ଏନଡିଏରେ ରହିଥିବା ବେଳେ ମହାମେଂଟରେ ଅଛନ୍ତି ଆରଜେଡି ସହ କଂଗ୍ରେସ ଓ ବାମଦଳ । ମହାମେଂଟ ବିରୋଧରେ ବିଜେପି ଓ ଜେଡିୟୁର ମିଳିତ ଆକ୍ରମଣକୁ ଏକାକି କାଉଂଟର କରୁଛନ୍ତି ଆରଜେଡିର ଯୁବନେତା ତେଜସ୍ୱୀ ଯାଦବ ।