ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୯୪ଟି ଆସନ ପାଇଁ ହେବ ଭୋଟ୍ ଗ୍ରହଣ; ୧୪୬୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ କୋଟି ୮୫ ଲକ୍ଷ ଭୋଟର

61

କନକ ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନର ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ଟି ଆସନରେ ହେବ ଭୋଟ ଗ୍ରହଣ । ୧୪୬୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨କୋଟି ୮୫ଲକ୍ଷ ଭୋଟର । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ୯୪ ଆସନରୁ ବିଜେପି ୪୬ଟି ଓ ଜେଡିୟୁ ୪୩ଟି ଆସନରେ ଓ ଭିଆଇପି ୫ଟି ଆସନରେ ଲଢ଼ୁଛନ୍ତି ।

ସେହିପରି ଆରଜେଡି ୫୬, କଂଗ୍ରେସ ୨୪, ସିପିଆଇ ୪ ସପିଏମ ୪ ଓ ସପିଆଇ-ଏମ-ଏଲ ଅବଶିଷ୍ଠ ଆସନରେ ଲଢ଼ୁଛନ୍ତି । ୨୦୧୫ ନିର୍ବାଚନରେ ଏହି ୯୪ଟି ଆସନରୁ ଆରଜେଡି ୩୩, ଜେଡିୟୁ ୩୦, କଂଗ୍ରେସ ୭ ଓ ବିଜେପି ୨୦ଟି ଆସନ ଦଖଲ କରିଥିଲା । ହେଲେ ଚଳିତ ବର୍ଷ ନିର୍ବାଚନରେ ବିଜେପି ଓ ଜେଡିୟୁ ମେଂଟ କରି ଲଢ଼ୁଛନ୍ତି । ତେଣୁ ସମୀକରଣ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି ।