କନକ ବ୍ୟୁରୋ : ବିହାରରେ ଚାଲିଛି କଡା ଟକ୍କର । ବର୍ତ୍ତମାନର ଫଳାଫଳ ସୁଦ୍ଧା ଏନଡିଏ ୧୨୬ ଆସନ ସହ ଆଗକୁ ବଢୁଥିବା ବେଳେ ୧୦୬ ଆସନ ସହ କଡା ଟକ୍କର ଦେଉଛି ମହାଗଠବନ୍ଧନ । ତେବେ ସବୁଠାରୁ ବଡ କଥା ହେଉଛି, ବିହାରର ୧୨୩ଟି ଆସନ ଏମିତି ରହିଛି, ଯେଉଁଠି ଏବେ ବି ଭୋଟ୍ ବ୍ୟବଧାନ ମାତ୍ର ୩୦୦୦ରୁ କମ୍ ରହିଛି । ଏପରିକି ୪୯ଟି ଆସନରେ ଏହି ବ୍ୟବଧାନ ୧୦୦୦ରୁ ମଧ୍ୟ କମ୍ ରହିଛି । ଆଉ ୨୦ଟି ଆସନରେ ଭୋଟ୍ ବ୍ୟବଧାନ ୫୦୦ ଭୋଟରୁ କମ୍ ରହିଛି ଏବଂ ୭ଟି ଆସନ ଏମିତି ରହିଛି ଯେଉଁଠି ଭୋଟ୍ ଅନ୍ତର ୨୦୦ରୁ ମଧ୍ୟ କମ୍ ରହିଛି । ଅର୍ଥାତ ଯେକୌଣସି ମୁହୂର୍ତ୍ତରେ ବଦଳିଯାଇପାରେ ବିହାରର ଜନାଦେଶ ।
ଏକଜିଟ୍ ପୋଲର ଆକଳନ ଆଉ ନେତାଙ୍କ ଦମ୍ଭୋକ୍ତି ଭିତରେ ଅପେକ୍ଷା ଆଉ କିଛି ସମୟକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ ଜନମତ କାହା ସପକ୍ଷରେ ଯାଉଛି । ପୁଣି ଥରେ ନୀତିଶ କୁମାର ସରକାର ଗଢୁଛନ୍ତି ନା ତେଜସ୍ୱୀଙ୍କ ତେଜ ଆଗରେ ଫିକା ପଡୁଛି ମୋଦିଙ୍କ ମ୍ୟାଜିକ୍ । ବର୍ତ୍ତମାନ ସୁଦ୍ଧା ଏନଡିଏ ଆଗରେ ରହିଥିବା ବେଳେ ଆଗକୁ କଣ ହଉଛି, ତାଉପରେ ରହିଛି ସମସ୍ତଙ୍କ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/Bihar1.jpg)