ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର । ସପକ୍ଷରେ ପଡିଲା ୧୨୯ ବିଧାୟକଙ୍କ ଭୋଟ୍, ବିପକ୍ଷ କଲେ ଗୃହତ୍ୟାଗ

203

କନକ ବ୍ୟୁରୋ: ବିହାର ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ନୀତିଶ କୁମାର । ସୋମବାର ବିହାର ବିଧାନସଭାରେ ନୀତିଶ ସରକାର ବିଶ୍ୱାସ ମତ ହାସଲ କରିଛନ୍ତି । ବିହାରର ଏନଡିଏ ସରକାର ସପକ୍ଷରେ ୧୨୯ ବିଧାୟକଙ୍କ ଭୋଟ୍ ପଡିଥିବାବେଳେ, ବିରୋଧୀମାନେ କକ୍ଷତ୍ୟାଗ କରିଛନ୍ତି ।

ତେବେ ବିହାରର ଆସ୍ଥା ଭୋଟ୍ ଉପରେ ପ୍ରତିକ୍ରିୟା ରଖି ନୀତିଶ କୁମାର କହିଛନ୍ତି, ଆମେ ବିକାଶର କାମ ଏବଂ ଲୋକଙ୍କ ହିତ ପାଇଁ କାମ କରିବା ଜାରି ରଖିବୁ । ସମାଜର ପ୍ରତି ବର୍ଗଙ୍କୁ ଆମେ ଧ୍ୟାନ ଦେବୁ । ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କରିଛନ୍ତି ନୀତିଶ କୁମାର । ଏଥିସହିତ ନୀତିଶ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ହିତ ପାଇଁ କାମ କରୁଛନ୍ତି, ରାଜ୍ୟର ହିତ ପାଇଁ କାମ କରିବେ ।

ସୂଚନାଯୋଗ୍ୟ ଯେ, ମହାମେଣ୍ଟରୁ ଓହରି ବିଜେପି ସହିତ ପୁଣି ସାମିଲ ହେଇଛନ୍ତି ନୀତିଶ କୁମାର । କିଛି ବର୍ଷ ତଳେ ଯେଉଁ ବିଜେପିକୁ ବାଏ ବାଏ କହି ନୀତିଶ କୁମାର ମହାମେଣ୍ଟରେ ସାମିଲ ହେଇଥିଲେ, ଏବେ ସେହି ବିଜେପି ପାଖକୁ ପୁଣି ରିଟର୍ଣ୍ଣ କରିଛନ୍ତି ନୀତିଶ । ଆଉ ବିହାରରେ ପୁଣି ଆରମ୍ଭ ହେଇଛି ଏନଡିଏ ରାଜ୍ ।