କନକ ବ୍ୟୁରୋ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଆଲୋଚନା ହେଉଛି । କେବେ ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କୁହାଯାଉଛି ତ ଆଉ କେତେବେଳେ ତାଙ୍କୁ ବିରୋଧୀ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ କୁହାଯାଉଛି । ଗତ କିଛି ଦିନ ହେବ ବିହାରର ରାଜନୀତି ନୀତିଶ କୁମାରଙ୍କୁ ନେଇ ସରଗରମ ରହିଛି ।
ଏହା ଭିତରେ ନୀତିଶ କୁମାରଙ୍କ ମୁଖ୍ୟମନ୍ତ୍ରୀ ବାସଭବନ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି । ଶନିବାର ସ୍ପଷ୍ଟ ହୋଇଛି ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜର ଠିକଣା ବଦଳାଉଛନ୍ତି । ନୀତିଶ ଯେଉଁ ବାସଭବନକୁ ସ୍ଥାନାନ୍ତର ହେଉଛନ୍ତି ସେଠାରେ ସେ ପୂର୍ବରୁ ମଧ୍ୟ ରହିସାରିଛନ୍ତି ।
ଏବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନର ଠିକଣା ବଦଳିଯାଇଛି । ଶନିବାର ରାତିରେ ନୀତିଶ କୁମାର ଅର୍ଣ୍ଣ ମାର୍ଗ ସ୍ଥିତ ବାସବନକୁ ସ୍ଥାନାନ୍ତରିତ ହୋଇଛନ୍ତି । ନୀତିଶ ଏଠାକୁ ଆସିବା ପୂର୍ବରୁ ଏହି ବଙ୍ଗଳାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରାଯାଇଛି ।ସେ ନିଜେ ଏହାକୁ ପରଖିବା ପରେ ସ୍ଥାନାନ୍ତରିତ ହେବାକୁ ନିଷ୍ପତ୍ତି ନେଇଥିଲେ ।