ଇଣ୍ଡିଆ ମେଣ୍ଟକୁ ଖୁବଶୀଘ୍ର ପ୍ରତ୍ୟାବର୍ତ୍ତନ କରିପାରନ୍ତି ନୀତିଶ କୁମାର । ଆରଜେଡି ବିଧାୟକଙ୍କ ବୟାନ ପରେ ବଢିଲା ଚର୍ଚ୍ଚା ।

8,528

କନକ ବ୍ୟୁରୋ : ଆରଜେଡି ମୁଖିଆ ନୀତିଶ କୁମାରଙ୍କୁ ନେଇ ପୁଣିଥରେ ଆରମ୍ଭ ହୋଇଛି ଚର୍ଚ୍ଚା । ଏନଡିଏ ସରକାରରେ ପ୍ରମୁଖ ସହଯୋଗୀ ଦଳ ରହିଛି ନୀତିଶଙ୍କ ଜେଡିୟୁ । ବାଚସ୍ପତି ନିର୍ବାଚନରେ ନୀତିଶଙ୍କ ନିସର୍ତ୍ତ ସମର୍ଥନ ଏନଡିଏ ଦଳକୁ ଫ୍ରଣ୍ଟଫୁଟରେ ରଖିଥିଲା । ଏନଡିଏ ସରକାରରେ ନୀତିଶଙ୍କ ଗୁରୁତ୍ୱ ମଧ୍ୟ ଯଥେଷ୍ଟ ଅଧିକ ରହିଛି ।ଏସବୁ ଭିତରେ ବିରୋଧୀ ଆରଜେଡି ଦଳର ବିଧାୟକ ନୀତିଶ କୁମାରଙ୍କୁ ନେଇ ବଡ ବୟାନ ଦେଇଛନ୍ତି ।

ଆରଜେଡି ବିଧାୟକ ଭାଇ ବୀରେନ୍ଦ୍ର କହିଛନ୍ତି, ଖୁବଶୀଘ୍ର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ସମ୍ପର୍କ ଛିନ୍ନ କରିବେ । ଏହାପରେ ବିଜେପି ସଫା ହୋଇଯିବ । ବିଜେପି ଠାରୁ ଅଲଗା ହେବା ପରେ ନୀତିଶ କୁମାର ଇଣ୍ଡିଆ ମେଣ୍ଟକୁ ପୁଣିଥରେ ପ୍ରତ୍ୟାବର୍ତ୍ତନ କରିବେ । ଏହାପରେ ବିହାରରେ ବିଜେପିର ଅସ୍ତିତ୍ୱ ରହିବନି ।

ଏହାପୂର୍ବରୁ ବିହାର ବିଜେପି ନେତା ଅଶ୍ୱିନୀ ଚୌବେ କହିଥିଲେ, ଆଗାମୀ ବିହାର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱରେ ଏନଡିଏ ନିର୍ବାଚନ ଲଢିବା ଉଚିତ ଏବଂ ବିଜେପି ନେତୃତ୍ୱରେ ହିଁ ବିହାରରେ ସରକାର ଗଢିବା ଆବଶ୍ୟକ । କେବଳ ଏତିକି ନୁହେଁ ଅଶ୍ୱିନୀ କହିଥିଲେ, ଦଳରେ ଥିବା ଆମଦାନୀ ମାଲକୁ ଆମେ ବରଦାସ୍ତ କରିବୁନି । ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହା କେନ୍ଦ୍ରୀୟ ନେତୃତ୍ୱ ସ୍ଥିର କରିବେ । ବିହାରରେ ବିଜେପି ସରକାର ଆଣିବାକୁ ପ୍ରତିଟି କାର୍ଯ୍ୟକର୍ତ୍ତାଙ୍କୁ କଠିନ ପରିଶ୍ରମ କରିବାକୁ ହେବ । ଏପରିକି ମୁଁ ନିଜେ ମଧ୍ୟ ବିନା କୌଣସି ଆଶାରେ ଦଳ ପାଇଁ ଅଧିକରୁ ଅଧିକ କାମ କରିବି ।