କନକ ବ୍ୟୁରୋ: ଲାଲୁ ଯାଦବଙ୍କୁ ଟାର୍ଗେଟ କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସୋମବାର ଆରଜେଡି ସୁପ୍ରିମୋଙ୍କୁ ଟାର୍ଗେଟ କରିଛନ୍ତି ତାଙ୍କ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଉ କହିଛନ୍ତି, ଲାଲୁ ଯାଦବ ତାଙ୍କର କିଛି ବି କରିପାରିବେନି । ହେଲେ ତାଙ୍କୁ ଗୁଳି ମାରିଦେଇପାରନ୍ତି । ତେବେ ସାମ୍ବାଦିକମାନଙ୍କ ସହିତ କଥାବାର୍ତ୍ତା ହେବା ସମୟରେ ବିହାର ମୁଖ୍ୟମନ୍ତ୍ରୀ ଏଭଳି କିଛି ଢଙ୍ଗରେ ଲାଲୁଙ୍କୁ କଟାକ୍ଷ କରିଛନ୍ତି ।
ନୀତିଶ କୁମାର, ଲାଲୁଙ୍କୁ ଏଭଳି ଟାର୍ଗେଟ କରିବା ପଛରେ ବଡ କାରଣ ମଧ୍ୟ ରହିଛି । କାହିଁକି ନା, ଏକ ନ୍ୟୁଜ ଏଜେନ୍ସିକୁ ଇଣ୍ଟରଭ୍ୟୁ ଦେଇ କିଛି ଦିନ ତଳେ ଲାଲୁ କହିଥିଲେ । ସେ ଦିଲ୍ଲୀରୁ ପାଟନା ନୀତିଶ କୁମାରଙ୍କ ବିସର୍ଜନ କରିବାକୁ ଆସିଛନ୍ତି । ଯାହାର ଜବାବ ଦେଇ ଏବେ ଏଭଳି କହିଛନ୍ତି ନୀତିଶ କୁମାର । ତେବେ ବିହାରରେ ଏବେ ଉପନିର୍ବାଚନ ହେବାକୁ ଅଛି । ଆଉ ଏହା ପୂର୍ବରୁ ବିହାରର ଏହି ଦୁଇ ନେତାଙ୍କ ଭିତରେ କଥା କଟାକଟି ଏବେ ବିହାର ରାଜନୀତିକୁ ସରଗରମ କରିଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ନୀତିଶ ଗୁଳି ମାରିବା କଥା ମଜାରେ କହିଥିଲେ ମଧ୍ୟ, ଉପ ନିର୍ବାଚନ ପୂର୍ବରୁ ତାଙ୍କର ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ବୟାନକୁ ନେଇ ନୀତିଶ କେଉଁ ସନ୍ଦେଶ ଦେବାକୁ ଚାହୁଁଛନ୍ତି ତାକୁ ନେଇ ବିହାର ରାଜନୀତିରେ ରୁୁଚି ରଖୁଥିବା ଲୋକମାନେ ଏବେ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ଅନେକ ଘଟଣାରେ ନୀତିଶ କୁମାର ଲାଲୁ ଯାଦବଙ୍କୁ ଟାର୍ଗେଟ କରିଆସିଛନ୍ତି । ବିହାରରେ ଜଙ୍ଗଲରାଜଠାରୁ ଆରମ୍ଭ କରି ନାନାଦି ପ୍ରକାର କଟାକ୍ଷ ନୀତିଶ କୁମାର ସବୁବେଳେ ଲାଲୁଙ୍କ ବିରୋଧରେ କରିଆସିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/10/43-5.jpg)