ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତୀଶ କୁମାର । ବିଧାୟକ ଦଳ ବୈଠକ ପରେ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଦେଲେ ଇସ୍ତଫା ପତ୍ର

110

କନକ ବ୍ୟୁରୋ : ବିହାର ରାଜନୀତିରେ ବଡ଼ ହଟଚମଟ ସୃଷ୍ଟି ହୋଇଛି । ଗତ କିଛି ଦିନ ହେଲା ଯାହା ଚର୍ଚ୍ଚା ହେଉଥିଲା, ତାହା ସତ ହୋଇଛି । ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନୀତୀଶ କୁମାର । ରାଜ ଭବନରେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଛନ୍ତି ନୀତୀଶ କୁମାର । ନୀତୀଶଙ୍କ ଇସ୍ତଫା ନେଇ ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିଲା । ଆଜିି ସକାଳୁ ସକାଳୁ ମଧ୍ୟ ନୀତୀଶଙ୍କ ବାସଭବନରେ ବିଧାୟକଙ୍କ ଗହଳି ଲାଗିଥିଲା । ଜେଡିୟୁ ବିଧାୟକ ଦଳ ବୈଠକରେ ଏକାଠି ହୋଇ ବଡ଼ ନିଷ୍ପତି ନେଇଥିଲା ଦଳ । ଏବଂ ଏହି ନିଷ୍ପତି ଆଧାରରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ ନୀତୀଶ କୁମାର । ନୀତୀଶଙ୍କ ଇସ୍ତଫା ସହ ବିହାରରେ ଜେଡିୟୁ-ଆରଜେଡି-କଂଗ୍ରେସ ମହାମେଂଟ ଭାଙ୍ଗି ଯାଇଛି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ପ୍ରତିକ୍ରିୟା ରଖି ଦଳର ନିଷ୍ପତି ଆଧାରରେ ଇସ୍ତଫା ଦେଇ ସରକାର ଭାଙ୍ଗିବାକୁ ପ୍ରସ୍ତାବ ଦେଇଥିବା ନୀତୀଶ କହିଛନ୍ତି । ଏହାସହ ଦେଢ଼ ବର୍ଷରେ ମେଂଟରେ କିଛି ସ୍ଥିତ ଠିକ୍ ଲାଗିଲାନି । ମହାମେଂଟରୁ ଦଳ ଓହରି ଯାଇଛି ଏବଂ ମହାମେଂଟରେ କିଛି କାମ ହେଉନଥିବାରୁ ଦୁଃଖିତ ବୋଲି କହିଛନ୍ତି ନୀତୀଶ । ନୂଆ ମେଂଟରେ ସରକାର କରିବୁ ବୋଲି ଘୋଷଣା କରିଛନ୍ତି ନୀତୀଶ । ଆଜି ସନ୍ଧ୍ୟା ୪ଟା ବେଳେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତୀଶ କୁମାର ।