କରୋନାରେ ପ୍ରାଣ ହରାଇଲେ ବିହାର ମୁଖ୍ୟ ସଚିବ ଅରୁଣ କୁମାର ସିଂ । ପାଟନା ସ୍ଥିତ ପାରସ ହସ୍ପିଟାଲରେ ଚାଲିଥିଲା ଚିକିତ୍ସା

375

କନକ ବ୍ୟୁରୋ : କରୋନା କାଳରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀ, ସେଲିବ୍ରେଟି କେତେ କେତେ ଲୋକଙ୍କ ଜୀବନ ଆକାଳରେ ଚାଲିଯାଉଛି । ପୂର୍ବ ଆଟର୍ଣ୍ଣିକଙ୍କ ମୃତ୍ୟୁପରେ ଗୋଟିଏ ଦିନରେ ପୁଣି ଆସିଛି ଆଉ ଏକ ଦୁଖଦ ଖବର । ବିହାର ସରକାରଙ୍କ ମୁଖ୍ୟ ସଚିବ ଥିବା ଅରୁଣ କୁମାର ସିଂଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ସେ କରୋନା ସଂକ୍ରମିତ ହେବା ପରେ ପାଟନା ସ୍ଥିତ ପାରସ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କହିରଖୁ କି ଦୀପକ କୁମାରଙ୍କ ଅବସର ପରେ ତାଙ୍କୁ ଚଳିତବର୍ଷ ଫେବୃଆରୀ ମାସରେ ବିହାର ସରକାର ମୁଖ୍ୟ ସଚିବ ଭାବେ ନିଯୁକ୍ତ କରିଥିଲେ । ଅନ୍ୟପଟେ ତାଙ୍କ ମୃତ୍ୟୁ ଖବର ଆସିବା ପରେ ବିହାର କ୍ୟାବିନେଟ ବୈଠକରେ ତାଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରାଯାଇଛି । ବିଧାନପରିଷଦର ସଭାପତି ଅବଧେସ୍ ନାରାୟଣ ସିଂ ବି ଅରୁଣଙ୍କ ମୃତୁ ଖବର ପାଇ ଗଭୀର ଶୋକ ପ୍ରକାଶ କରିଛନ୍ତି ।

୧୯୮୫ ବ୍ୟଚର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅରୁଣ କୁମାର ସିଂ ଙ୍କ ମୃତ୍ୟୁ ଖବର ପାଇ ରାଜ୍ୟର ବିଭିନ୍ନ ଦଳର ନେତାମାନେ ଶୋକ ପ୍ରକାଶ କରିଛନ୍ତି ।