କନକ ବ୍ୟୁରୋ: ଜେଡିୟୁ ମୁଖ୍ୟ ନୀତିଶ କୁମାରଙ୍କ ନାଁରେ ଯୋଡା ହେଲା ଆଉ ଏକ ନୂଆ ଅଧ୍ୟାୟ । ଥରେ କି ଦୁଇ ଥର ନୁହେଁ ପୂରା ୮ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହେଲେ ନୀତିଶ କୁମାର । କେନ୍ଦ୍ର ସରକାରରେ ମନ୍ତ୍ରୀ ରହିବା ଠାରୁ ଆରମ୍ଭ କରି ବିହାରରେ ମୁଖ୍ୟମନ୍ତ୍ରୀ ପଦ ଯାଏଁ ସେ ଏକାଧିକ ଥର ଶପଥ ନେଇସାରିଛନ୍ତି । ହୁଏତ ଶପଥ ନେବାରେ ତାଙ୍କ ସମକକ୍ଷ ଆଉ କେହି ହୋଇନଥିବେ ।

Advertisment

ରାଜନୀତିର ‘ପଲଟୁରାମ୍’ ନୀତିଶ!

- ୪ ଦଶନ୍ଧିର ରାଜନୈତିକ କ୍ୟାରିୟରରେ ୫ଥର ସହଯୋଗୀଙ୍କ ହାତ ଛାଡ଼ିଛନ୍ତି
- ୧୯୮୫ରେ ନାଳନ୍ଦା ଜିଲ୍ଲାର ହରନୋତ ଆସନରୁ ପ୍ରଥମଥର ଲଢ଼ିଥିଲେ ବିଧାନସଭା ନିର୍ବାଚନ
- ୧୯୮୯ରେ ବାଢ଼ ଆସନରୁ ଜନତା ଦଳ ଟିକେଟରେ ଲୋକସଭାକୁ ନିର୍ବାଚିତ
- ୧୯୯୧ରେ ମଧ୍ୟବର୍ତୀକାଳୀନ ନିର୍ବାଚନରେ ପୁଣି ବାଢ଼ ଆସନରୁ ଜିତିଥିଲେ
- ୧୯୯୦ରେ ଲାଲୁ ପ୍ରସାଦ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ହେବାରେ କରିଥିଲେ ସହଯୋଗ
- ୧୯୯୪ରେ ଲାଲୁଙ୍କ ବିରୋଧରେ କରିଥିଲେ ବିଦ୍ରୋହ
- ଜନତା ଦଳରୁ ବାହାରି ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ସହ ମିଶି ସମତା ପାର୍ଟି କଲେ ଗଠନ
- ୧୯୯୬ରେ ବିଜେପି ସହ ମିଳାଇ ବାଜପେୟୀ ସରକାରରେ ହୋଇଥିଲେ ମନ୍ତ୍ରୀ
- ୨୦୦୩ରେ ତକ୍ରାଳୀନ ଜନତା ଦଳ ସଭାପତି ଶରଦ ଯାଦବ ଓ ଲାଲୁଙ୍କ ମଧ୍ୟରେ ହୋଇଥିଲା ବିବାଦ
- ପରେ ମେଣ୍ଟରୁ ଓହରି ଲାଲୁ ଗଠନ କରିଥିଲେ ଆରଜେଡି
- ୨୦୦୩ରେ ଗଠନ ହେଲା ଜନତା ଦଳ ୟୁନାଇଟେଡ ବା ଜେଡିୟୁ
- ୨୦୦୫ରେ ନୀତିଶଙ୍କ ଜେଡିୟୁ ବିଜେପି ସହ ମେଣ୍ଟ କରି ଏନଡିଏ ସଦସ୍ୟ ଭାବେ ରାଜ୍ୟରେ କ୍ଷମତାରେ ରହିଲେ
- ୨୦୧୦ରେ ପୁଣି ବିଜେପି ସହ ମେଣ୍ଟ କରି କ୍ଷମତାକୁ ଫେରିଲେ
- ୨୦୧୩, ଜୁନ୍ ୧୬ରେ ବିଜେପି ସହ ୧୭ ବର୍ଷର ସମ୍ପର୍କ ଛିନ୍ନ କଲେ
- ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣାକୁ ବିରୋଧ କରି ନେଇଥିଲେ ଏହି ନିଷ୍ପତି
- ୨୦୧୫ରେ କଂଗ୍ରେସ, ଆରଜେଡି ସହ ମିଶି ମହାମେଣ୍ଟ ଗଠନ କଲେ
- ୨୦୧୭, ଜୁଲାଇ ୨୬ରେ ଭାଙ୍ଗିଯାଇଥିଲା ମହାମେଣ୍ଟ
- ଅର୍ଥ ହେରଫେର ମାମଲାରେ ଲାଲୁଙ୍କ ପୁଅ ତେଜସ୍ୱୀଙ୍କ ନାଁ ଉଠିବାରୁ ମହାମେଣ୍ଟରୁ ଓହରିଥିଲେ ନୀତୀଶ
- ୨୪ ଘଣ୍ଟା ଭିତରେ ବିଜେପି ସମର୍ଥନରେ ପୁଣିଥରେ କ୍ଷମତାକୁ ଫେରିଥିଲେ
- ୫ ବର୍ଷ ପରେ ପୁଣି ବିଜେପି ହାତ ଛାଡ଼ି ଦେଲେ ନୀତିଶ

ନୀତିଶଙ୍କଠାରୁ ଅଧିକ ସମୟ ଧରି ଅନେକ ନେତା ମୁଖ୍ୟମନ୍ତ୍ରୀ ରହିଆସରିଛନ୍ତି । ଗତ ଦୁଇଟି ବିଧାନସଭାରେ ସେ ଦୁଇଥର ଲେଖାଏଁ ଶପଥ ନେଇଛନ୍ତି । ଏଥର ମଧ୍ୟ ସେ ଦ୍ୱିତୀୟ ଥର ଶପଥ ନେଇଛନ୍ତି । ଏଥରକ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ଶପଥ ନେବାରେ ନୀତିଶଙ୍କ ରେକର୍ଡ
- କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭାବେ ଏକାଧିକ ଥର ଶପଥ ନେଇଛନ୍ତି
- ନୀତିଶଙ୍କ ଠାରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଛନ୍ତି ପଶ୍ଚିମବଙ୍ଗର ଜ୍ୟୋତି ବାସୁ ଓ ଓଡ଼ିଶାର ନବୀନ ପଟ୍ଟନାୟକ
- ଶପଥ ନେବାରେ ନୀତିଶ ସବୁଠାରୁ ଆଗରେ ରହିଛନ୍ତି
- ମୁଖ୍ୟମନ୍ତ୍ରୀ ଭାବେ ନେଇଛନ୍ତି ୭ଥର ଶପଥ
- କେନ୍ଦ୍ରମନ୍ତ୍ରୀ ଭାବେ ୪ଥର ଶପଥ
- ୨୦୦୦ ମସିହା, ମାର୍ଚ୍ଚ ୧ରେ ପ୍ରଥମଥର ମୁଖ୍ୟମନ୍ତ୍ରୀ ଭାବେ ନେଇଥିଲେ ଶପଥ
- ୨୦୦୫, ନଭେମ୍ବର ୨ରେ ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ
- ୨୦୧୦, ନଭେମ୍ବର ୩ରେ ତୃତୀୟଥର ନେଲେ ଶପଥ
- ୨୦୧୫, ଫେବୃଆରୀ ୪ରେ ଚତୁର୍ଥଥର
- ୨୦୧୫, ନଭେମ୍ବର ୫ରେ ପଂଚମଥର ନେଇଥିଲେ ଶପଥ
- ୨୦୧୭, ଜୁଲାଇ ୬ରେ ଷଷ୍ଠଥର ନେଇଥିଲେ ଶପଥ
- ୨୦୨୦, ନଭେମ୍ବର ୭ରେ ସପ୍ତମଥର ମୁଖ୍ୟମନ୍ତ୍ରୀ ପଦଭାର ଗ୍ରହଣ କରିଥିଲେ

ନୀତିଶଙ୍କ ରାଜନୀତି କ୍ୟାରିୟର ଇତିହାସ କହୁଛି କି କ୍ଷମତା ପାଇଁ ସେ କିଛି ବି କରିପାରନ୍ତି । ଯାହା ପାଇଁ ବିହାର ରାଜନୀତିରେ ସେ ପଲଟୁରାମ ଭାବେ ବେଶ ଜଣାଶୁଣା । ତାଙ୍କ ନୀତି ଓ ଆର୍ଦଶ ନାମକୁ ମାତ୍ର । ୨୦୧୭ ମସିହାରେ ନୀତିଶ କୁମାର ଯେତେବେଳେ ମହାମେଣ୍ଟରୁ ବାହାରି ବିଜେପି ସହ ହାତ ମିଳାଇଥିଲେ ସେତେବେଳେ ଆରଜେଡି ସୁପ୍ରିମୋ ଲାଲୁ ଯାଦବ ଏହି କଥା କହିଥିଲେ । ଯାହା ଏବେ ବିଜେପି ପାଇଁ ସତ ହୋଇଛି ।