ଗ୍ରାମବାସୀ ସଚେତନ : ୨.୫ ହଜାର ଲୋକସଂଖ୍ୟା ଥିବା ଗାଁରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ନାହାନ୍ତି ଜଣେ ବି କରୋନା ସଂକ୍ରମିତ ।

571

କନକ ବ୍ୟୁରୋ : ‘ଦୋ ଗଜ କି ଦୂରୀ, ମାସ୍କ ହେ ଜରୁରୀ’ କରୋନା ସଂକ୍ରମଣକୁ ରୋକିବାକୁ ସରକାର ଏଭଳି ହଜାର ହଜାର ଶ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରାଇବାରେ ଲାଗିଛନ୍ତି । ଏଭଳି ଶ୍ଲୋଗାନ ସମସ୍ତଙ୍କ କାନରେ ପଡୁଥିଲେ ବି ଏଥିରେ ପ୍ରକୃତରୂପେ ସଚେତନ ହୋଇଛନ୍ତି ବିହାର ନରକାଟିୟାଗଂଜ ଅନୁମଣ୍ଡଳ କ୍ଷେତ୍ରରେ ଥିବା ଚାନ୍ଦପୁର ଗ୍ରାମବାସୀ ।

କୁହାଯାଇଛି କି, ୨.୫ ହଜାର ଜନସଂଖ୍ୟା ବିଶିଷ୍ଟ ଚାନ୍ଦପୁର ଗାଁରେ ଆଜି ପର୍ଯ୍ୟନ୍ତ ଜଣେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି । ଅନୁଶାସନ ଓ ସାବଧାନତା କାରଣରୁ ଏହି ଗାଁରେ ଏପର୍ଯ୍ୟନ୍ତ କରୋନା ଭୂତାଣୁ ପ୍ରବେଶ କରିପାରି ନାହିଁ   । ଗତବର୍ଷ ଲକଡାଉନ ସମୟରୁ ଏହି ଗାଁକୁ ଥିବା ସମସ୍ତ ପ୍ରବେଶପଥ ବନ୍ଦ ରଖାଯାଇଛି । ବାହାରୁ ଆସୁଥିବା ଲୋକ ମାନଙ୍କ ଉପରେ ନଜର ରଖିଛନ୍ତି ଗ୍ରାମବାସୀ । ଏହାସହ ଏହି କାମରେ ପ୍ରଶାସନ ବି ଗ୍ରାମବାସୀଙ୍କୁ ସହାୟତା କରୁଥିବା କଥା କୁହାଯାଇଛି ।

ଗାଁ ଲୋକଙ୍କ କଥା ଓ କରୋନାରୁ ବଞ୍ଚିବାକୁ ସେମାନଙ୍କ ବ୍ୟବସ୍ଥା ଦେଖିଲା ପରେ ଏହା ମନେ ହେଉଛି କି, କରୋନା ସଂକ୍ରମଣ ଆରମ୍ଭରୁ ଗ୍ରାମବାସୀ ମାନେ ଏହାକୁ ହାଲକାରେ ନେଇ ନଥିଲେ । ଯାହାର ଫଳ ସ୍ୱରୂପ ଏବେ ବି ଏହି ଗାଁରେ କୌଣସି ଲୋକ କରୋନାରେ ସଂକ୍ରମିତ ହୋଇ ନାହାନ୍ତି ।

ଶନିବାର ଦିନ ଗାଁ ପରିଦର୍ଶନରେ ଯାଇଥିବା ସ୍ଥାନୀୟ ବିଡିଓ ସତୀଶ କୁମାର କହିଛନ୍ତି କି ଚାନ୍ଦପୁର ଗ୍ରାମବାସୀ କେବଳ ସରକାରଙ୍କ ଗାଇଡ ଲାଇନ ପାଳନ କରି ନାହାନ୍ତି, ଏହାସହ ସେମାନେ ଅନ୍ୟ ଲୋକମାନଙ୍କ ପାଇଁ ଆଦର୍ଶ ପାଲଟି ଯାଇଛନ୍ତି ।