ବିଜେପିରୁ ଇସ୍ତଫା ଦେବେ ପୁତୁଲ କୁମାରୀ ! ଟିକେଟ ନମିଳିବାରୁ ‘ପଦ୍ମ’ର ସାଥ୍ ଛାଡିବେ ବିହାର ପ୍ରଦେଶ ଉପାଧ୍ୟକ୍ଷ

ବିଜେପିରୁ ଇସ୍ତଫା ଦେବେ ପୁତୁଲ କୁମାରୀ ! ଟିକେଟ ନମିଳିବାରୁ ‘ପଦ୍ମ’ର ସାଥ୍ ଛାଡିବେ ବିହାର ପ୍ରଦେଶ ଉପାଧ୍ୟକ୍ଷ

କନକ ବ୍ୟୁରୋ: ବିହାରର ବରିଷ୍ଠ ଭାଜପା ନେତା ତଥା ଦଳର ପ୍ରଦେଶ ଉପାଧ୍ୟକ୍ଷ ପୁତୁଲ କୁମାରୀ ଟିକେଟ୍‌ ନ ପାଇବା ପରେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ସେ ଲୋକସଭା ନିର୍ବାଚନରେ ସ୍ୱାଧାନ ପ୍ରାର୍ଥୀ ଭାବେ ନିର୍ବାଚିନ ଲଢିବେ ବୋଲି ଘୋଷଣା କରିଛନ୍ତି। ପୁତୁଲ କୁମାରୀ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବେ ବୋଲି ଜଣାଯାଇଛି।

publive-image

ପୁତୁଲ କୁମାରୀ ହେଉଛନ୍ତି ବିହାରର ବାଙ୍କା ଆସନରୁ ବିଜୟୀ ହୋଇ ଲୋକସଭାକୁ ନିର୍ବାଚିତ ହୋଇଥିବା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଗବିଜୟ ସିଂହଙ୍କ ପତ୍ନୀ। ୨୦୧୦ରେ ଦିଗବିଜୟ ସିଂହଙ୍କ ପରଲୋକ ପରେ ତାଙ୍କ ପତ୍ନୀ ରାଜନୀତିରେ ପ୍ରବେଶ କରିଥିଲେ।

publive-image

୨୦୧୦ରେ ଅନୁଷ୍ଠିତ ଉପନିର୍ବାଚନରେ ପୁତୁଲ କୁମାରୀ ବାଙ୍କା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୪ରେ ରାଷ୍ଟ୍ରୀୟ ଜନତା ଦଳର ଜୟ ପ୍ରକାଶ ଯାଦବଙ୍କ ଠାରୁ ପରାଜିତ ହୋଇଥିଲା। ଜେଡିୟୁ ପୁତୁଲଙ୍କ କନ୍ୟା ତଥା ଆନ୍ତର୍ଜାତୀୟ ସୁଟ୍‌ର ଶ୍ରେୟସୀ ସିଂହଙ୍କୁ ବାଙ୍କା ଆସନରୁ ପ୍ରାର୍ଥୀ ହେବା ଲାଗି ପ୍ରସ୍ତାବ ଦେଇଥିଲା,ମାତ୍ର ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe