ବିହାର ବିଧାନସଭା ନିର୍ବାଚନ ଆଗରୁ ମହାମେଣ୍ଟର ଆସନ ବୁଝାମଣା ଘୋଷଣା । ଏଥର ୭୦ ଆସନରେ ଲଢିବ କଂଗ୍ରେସ, ୧୪୪ ଆସନ ନିଜ ପାଖରେ ରଖିଲା ଆରଜେଡି । ବାମ ଦଳ ଗୁଡିକୁ ମେଣ୍ଟ ଦେଲା ୨୯ ଆସନ ।

238

କନକ ବ୍ୟୁରୋ : ବିହାର ବିଧାନସଭା ନିର୍ବାଚନରେ ଏଥର ଆରଜେଡିର ମେଣ୍ଟରେ ମିଶିକି ନିର୍ବାଚନ ଲଢିବ କଂଗ୍ରେସ । ଏପରି ନିଷ୍ପତି ନେଇଛି ଉପା । ଆଜି ଏନେଇ ଘୋଷଣା କରିବା ସହ ମହାମେଂଟର ଆସନ ବୁଝାମଣା ନେଇ ଘୋଷଣା କରିଛନ୍ତି ଆରେଜେଡି ନେତା ତେଜସ୍ୱୀ ଯାଦବ । ଏଥର ୭୦ ଆସନରେ ଲଢିବ କଂଗ୍ରେସ ଦଳ । ଏହାସହ ୧୪୪ ଆସନ ନିଜ ପାଖରେ ରଖିଲା ଆରଜେଡି । ଅନ୍ୟପକ୍ଷରେ ବାମ ଦଳ ଗୁଡିକୁ ମେଣ୍ଟ ୨୯ ଆସନ ଦେଇଛି ।

୨୦୨୦ ନିର୍ବାଚନରେ ମହାମେଂଟରେ କଂଗ୍ରେସ, ବାମ ଦଳ ସିପିଆଇ, ସିପିଏମ୍ ଏବଂ ବିକାଶଶୀଳ ଇନସାନ୍ ପାର୍ଟି , ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡି ସହିତ ମେଂଟ କରିଛନ୍ତି । କିଏ କେତେ ଆସନ ଲଢିବ ସେ ନେଇ ଘୋଷଣା କରିଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ୭୦ ଆସନରେ ଲଢିବ କଂଗ୍ରେସ । ଏହା ସହିତ ବାଲ୍ମିକୀନଗର ଲୋକସଭା ଉପନିର୍ବାଚନ ପାଇଁ ବି କଂଗ୍ରେସ ପ୍ରାର୍ଥୀ ଦେବ ।

ସେହିପରି ସିପିଆଇଏମ୍ କୁ ୪, ସିପିଆଇକୁ ୬ଟି , ସିପିଆଇଏମଏଲକୁ ୧୯ଟି ଆସନ ମିଳିଛି । ବିହାର ବିଧାନସଭା ନିର୍ବାଚନର ଏଥର ମହାମେଂଟର ନେତୃତ୍ୱ ନେଇଥିବା ଆରଜେଡି ଲଢିବ ୧୪୪ ଆସନରେ । ବିହାରରେ ଏଥର ବିକଳ୍ପ ପରିବର୍ତନର ନାରା ଦେଇ ନିର୍ବାଚନ ମୈଦାନକୁ ଓହ୍ଲାଇଛି ମହାମେଂଟ । ନଭେମ୍ୱର ୩ ତାରିଖରୁ ଆରମ୍ଭ ହେବ ବିହାର ବିଧାନସଭା ନିର୍ବାଚନ ।