ବିହାର ଉପରେ ସାରା ଦେଶର ନଜର । କଡ଼ା ଟକ୍କରରେ ପୁଣି ଆଗରେ ଏନଡିଏ, ପଛରେ ପଡ଼ିଲା ମହାମେଣ୍ଟ । ଭୋଟ୍ ଗଣତିରେ ଅନିୟମିତା ଅଭିଯୋଗ ଆଣିଲା ଆରଜେଡି ।

368

କନକ ବ୍ୟୁରୋ : ମହାମେଂଟ ଓ ଏନଡିଏ ଭିତରେ ଚାଲିଛି କଡ଼ା ଟକ୍କର । ପ୍ରତି ମୁହୂର୍ତ୍ତରେ ବଦଳୁଛି ଭୋଟ୍ ଗଣିତର ପରିସଂଖ୍ୟାନ । ଶେଷ ଖବର ସୁଦ୍ଧା ଏନଡିଏ ପୁଣି ମହାମେଂଟକୁ ପଛରେ ପକାଇ ଦେଇଛି । ଏନଡିଏ ୧୨୪ଟି ଆସନ ସହ ଆଗରେ ଥିବା ବେଳେ ମହାମେଂଟ ୧୧୧ଟି ଆସନରେ ଆଗୁଆ ରହିଛି । ଅନ୍ୟାନ୍ୟ ଦଳ ୭ଟି ଆସନରେ ଆଗୁଆ କିମ୍ବା ବିଜୟୀ ହେଉଥିବା ବେଳେ ଏଲଜେପି ଗୋଟିଏ ଆସନରେ ଆଗୁଆ କିମ୍ବା ବିଜୟୀ ହୋଇଛି ।

ସେପଟେ ଭୋଟ୍ ଗଣତିକୁ ନେଇ ସାଂଘାତିକ୍ ଅଭିଯୋଗ ଆଣିଛି ଆରଜେଡି । ଦଳ ଅଭିଯୋଗ କରିଛି ଯେ, ଗଣତିରେ ଅନିୟମିତତା କରାଯାଉଛି । ଜାଣିଶୁଣି ନୀତିଶ ପ୍ରଶାସନ ଏଭଳି କରୁଛନ୍ତି ବୋଲି ମହାମେଂଟ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିରେ ରିର୍ଟର୍ଣ୍ଣିଂ ଅଫିସର ଏବଂ ଡିଏମଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ଏନେଇ ବିଧିବଦ୍ଧ ଭାବେ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ଆରଜେଡି ।

Comments are closed.