କନକ ବ୍ୟୁରୋ : ମହାମେଂଟ ଓ ଏନଡିଏ ଭିତରେ ଚାଲିଛି କଡ଼ା ଟକ୍କର । ପ୍ରତି ମୁହୂର୍ତ୍ତରେ ବଦଳୁଛି ଭୋଟ୍ ଗଣିତର ପରିସଂଖ୍ୟାନ । ଶେଷ ଖବର ସୁଦ୍ଧା ଏନଡିଏ ପୁଣି ମହାମେଂଟକୁ ପଛରେ ପକାଇ ଦେଇଛି । ଏନଡିଏ ୧୨୪ଟି ଆସନ ସହ ଆଗରେ ଥିବା ବେଳେ ମହାମେଂଟ ୧୧୧ଟି ଆସନରେ ଆଗୁଆ ରହିଛି । ଅନ୍ୟାନ୍ୟ ଦଳ ୭ଟି ଆସନରେ ଆଗୁଆ କିମ୍ବା ବିଜୟୀ ହେଉଥିବା ବେଳେ ଏଲଜେପି ଗୋଟିଏ ଆସନରେ ଆଗୁଆ କିମ୍ବା ବିଜୟୀ ହୋଇଛି ।
ସେପଟେ ଭୋଟ୍ ଗଣତିକୁ ନେଇ ସାଂଘାତିକ୍ ଅଭିଯୋଗ ଆଣିଛି ଆରଜେଡି । ଦଳ ଅଭିଯୋଗ କରିଛି ଯେ, ଗଣତିରେ ଅନିୟମିତତା କରାଯାଉଛି । ଜାଣିଶୁଣି ନୀତିଶ ପ୍ରଶାସନ ଏଭଳି କରୁଛନ୍ତି ବୋଲି ମହାମେଂଟ ପକ୍ଷରୁ ଅଭିଯୋଗ କରାଯାଇଛି । ଏଥିରେ ରିର୍ଟର୍ଣ୍ଣିଂ ଅଫିସର ଏବଂ ଡିଏମଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ଏନେଇ ବିଧିବଦ୍ଧ ଭାବେ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ଆରଜେଡି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/bihar-1.jpg)