ବିହାର ବିଧାନସଭା ନିର୍ବାଚନର ଶେଷ ଦିନ: ଦିନ ୧ଟା ସୁଦ୍ଧା ୩୮.୮୨% ମତଦାନ; ନୀତିଶ କୁମାର ନା ନୂଆ ବିହାର କାହାକୁ ବାଛିବେ ଜନତା, ଆଜି ସଂଧ୍ୟା ସୁଧା ମିଳିବ ସଂକେତ

ବିଭିନ୍ନ ସର୍ଭେ ସଂସ୍ଥାର ବୁଥ ବାହୁଡା ମତକୁ ଅପେକ୍ଷା

74

କନକ ବ୍ୟୁରୋ: ବିହାରରେ ଜାରି ରହିଛି ତୃତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ । ଆଜି ଅପରାହ୍ନରେ ଆସିବ ଏକଜିଟ୍ ପୋଲ୍ ରିପୋର୍ଟ । ଏହା ଉପରେ ରହିଛି ସମସ୍ତଙ୍କ ନଜର । ଆଜି ବିହାରର ୧୫ଟି ଜିଲ୍ଲାର ୭୮ଟି ଆସନ ପାଇଁ ଭୋଟ ଦେଉଛନ୍ତି ମତଦାତା । ଦିନ ୧ଟା ସୁଦ୍ଧା ୩୮.୮୨ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ସକାଳ ୭ଟାରୁ ମତଦାନ କେନ୍ଦ୍ର ଆଗରେ ଭିଡ ଦେଖିବାକୁ ମିଳିଛି । କରୋନା କଟକଣା ପାଳନ ସହିତ ଚାଲିଛି ମତଦାନ ।

ପ୍ରତ୍ୟକ ପୁଲିଂ ବୁଥ ଆଗରେ ଗୋଲେଇ ଚିହ୍ନ ଦିଆଯାଇଛି । ସାମାଜିକ ଦୂରତ୍ୱ ରକ୍ଷା କରି ଭୋଟରମାନେ ନିଜ ପାଳି ଆସିବା ଯାଏଁ ଅପେକ୍ଷା କରୁଥିବା ଦେଖିବାକୁ ମିଳିଛି । ଚୂଡାନ୍ତ ପର୍ଯ୍ୟାୟ ମତଦାନରେ ୨ କୋଟି ୩୫ ଲକ୍ଷ ଭୋଟର ମତଦାନ କରୁଛନ୍ତି । ଏଥର ମୈଦାନରେ ଅଛନ୍ତି ୧୨ ଶହ ୪ ଜଣ ପ୍ରାର୍ଥୀ । ଏହି ପର୍ଯର୍୍ୟାୟରେ ବିଜେପି ୩୫ ଟି , ଜେଡିୟୁ ୩୭ଟି, ବିକାଶଶୀଳ ଇନସାନ ପାର୍ଟି ୫ଟି ଆସନରୁ ନିର୍ବାଚନ ଲଢୁଛନ୍ତି । ମହାମେଂଟରୁ ଆରଜେଡି ୪୬ଟି ଏବଂ କଂଗ୍ରେସ ୨୫ଟି ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।