କନକ ବ୍ୟୁରୋ: ବିହାର ବିଧାନସଭା ଉପନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ଉପନିର୍ବାଚନର ଫଳାଫଳ ଅନୁସାରେ ଆରଜେଡି ଏବଂ ବିଜେପି ନିଜର ବର୍ତ୍ତମାନର ସିଟ ବଞ୍ଚାଇବାରେ ସଫଳ ହୋଇଛନ୍ତି । ମକୋମାରେ ଆରଜେଡି ପ୍ରାର୍ଥୀ ନୀଲମ ଦେବୀ ବିଜେପି ପ୍ରାର୍ଥୀ ସୋନମ ଦେବୀଙ୍କୁ ୧୬ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ନୀଲମ ଦେବୀଙ୍କୁ ୭୩ ହଜାର ୮୯୩ ଭୋଟ ମିଳିଥିବା ବେଳେ ସୋନମ ଦେବୀଙ୍କୁ ୫୭ ହଜାର ୧୪୧ ଭୋଟ ମିଳିଛି ।
ନୀଲମ ଦେବୀ ଗ୍ୟାଙ୍ଗଷ୍ଟାରରୁ ରାଜନେତା ହେବା ସହ ମକୋମାରୁ ଚାରି ଥର ବିଧାୟକ ଅନନ୍ତ ସିଂହଙ୍କ ପତ୍ନୀ । ନିଜ ବିଜୟର ଶ୍ରେୟ ନିଜ ସ୍ୱାମୀ ତଥା ବିକାଶକାର୍ଯ୍ୟକୁ ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନେଇ କୌଣସି ନାରାଜ ହେବାର ନାହିଁ । ସେ ଅସୁସ୍ଥ ହେବା କାରଣରୁ ମକୋମାରୁ ତାଙ୍କ ପାଇଁ ପ୍ରଚାର କରିନଥିଲେ ।
ସେପଟେ ଆରଜେଡି ପ୍ରାର୍ଥୀ ମୋହନ ପ୍ରସାଦ ଗୁପ୍ତା ଗୋପାଳଗଞ୍ଜରେ ବିଜେପି ପ୍ରାର୍ଥୀଙ୍କ ନିକଟରୁ ପରାସ୍ତ ହୋଇଛନ୍ତି । ବିଜେପି ପ୍ରାର୍ଥୀ କୁସମ ଦେବୀ ତାଙ୍କୁ ୨୨ ଶହ ଭୋଟରେ ପରାସ୍ତ କରିଛନ୍ତି । କୁସୁମଙ୍କୁ ୭୦ ହଜାର ୫୩ ଭୋଟ ମିଳିଥିବା ବେଳେ ରାଜଦ ପ୍ରାର୍ଥୀଙ୍କୁ ୬୮ ହଜାର ୮୭୦ ଖଣ୍ଡ ଭୋଟ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/sweet.jpg)