ହର୍ଣ୍ଣ ବଜାଇବାରୁ ରାଗିଗଲେ ଷଣ୍ଢ ମହାରାଜ । ଶିଙ୍ଘରେ କାରକୁ ଉଠାଇ କଚାଡିଲେ । ଭାଇରାଲ୍ ହେଲା ଭିଡିଓ ।

1,100

ହର୍ଣ୍ଣ ବଜାଇବାରୁ ରାଗିଲେ ଷଣ୍ଢ ମହାରାଜ । ହର୍ଣ୍ଣ ବଜାଇଥିବା କାରକୁ ଦେଲେ ଉତ୍ତମମଧ୍ୟମ । ଆଜ୍ଞା ହଁ ,ଏଭଳି ଘଟଣା ବିହାରର ହାଜୀପୁରରୁ ସାମ୍ନାକୁ ଆସିଛି । ଏହି ରାସ୍ତା ଦେଇ ଯାଉଥିବା ସମୟରେ ଜଣେ ବ୍ୟକ୍ତି କାରର ହର୍ଣ୍ଣ ବଜାଇ ଦେଇଥିଲେ। ଯାହାକି ରାସ୍ତାରେ ବସିଥିବା ଏକ ଷଣ୍ଢକୁ ବିରକ୍ତ କରିଥିଲା ଏବଂ ଷଣ୍ଢ ମହାରାଜ ରାଗି ଯାଇ କାରଟିକୁ ଶିଙ୍ଘରେ ଉଠାଇ କଚାଡି ଦେଇଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସ୍ଥାନୀୟଲୋକଙ୍କ କହିବାନୁସାରେ, ଗତ ସୋମବାର ହାଜିପୁର ରେଳଷ୍ଟେସନ୍ ପାଖରେ ଏକ ଷଣ୍ଢ ବସିଥିଲା। ମଝି ରାସ୍ତାରେ ଷଣ୍ଢକୁ ବସିଥିବା ଦେଖି କାର ଚାଳକ ହର୍ଣ୍ଣ ବଜାଇ ଦେଇଥିଲେ। ଏହାପରେ ଷଣ୍ଢ ରାସ୍ତାରୁ ଉଠି କାର ଆଡକୁ ମାଡି ଆସିଥିଲା। ଏବଂ କାରକୁ ଉଠାଇ କଚାଡିବାକୁ ଲାଗିଥିଲା। ଲୋକମାନେ ଏହି ଦୃଶ୍ୟ ଦେଖି ଷଣ୍ଢକୁ ବାଡେଇବା ପରେ ସେ ସେଠାରୁ ଚାଲି ଯାଇଥିଲା। ଏହି ଘଟଣା ଘଟିବା ଦେଖି କାର ଚାଳକ କୌଣସି ମତେ କାରରୁ ବାହାରି ନିଜ ଜୀବନ ବଞ୍ଚାଇ ଦେଇଥିଲେ।