ବିହାର ଓ ଉତ୍ତରପ୍ରଦେଶରେ ପ୍ରଳୟଙ୍କାରୀ ବନ୍ୟା। ରାଜପଥରେ ଚାଲିଲା ଡଙ୍ଗା। ୪ ଦିନ ଲଗାଣ ବର୍ଷାରେ ୧୩୦ରୁ ଅଧିକ ମୃତ

ପାଟନାରେ ହାହାକାର; ନୀତିଶ କହିଲେ, ପ୍ରକୃତି ଉପରେ କାହାର ଅଛି ନିୟନ୍ତ୍ରଣ

117

କନକ ବ୍ୟୁରୋ: ଚାରି ଦିନର ଲଗାଣ ବର୍ଷା ଯୋଗୁ ବିହାରରେ ଜଳ ପ୍ରଳୟ । ରାସ୍ତା ଘାଟ ନଦୀ ପାଲଟିଯାଇଛି । ଆଉ ଜାତୀୟ ରାଜପଥରେ ଡଙ୍ଗା ଚାଲିଛି । ଲୋକ ବେକେ ପାଣିରେ ବୁଡି ରହିଛନ୍ତି । ତଳିଆ ଅଂଚଳ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ବିହାରରେ ଏଯାଏଁ ୨୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ୧୯୭୫ ପରେ ପାଟଣାରେ ଏଭଳି ବନ୍ୟା ଦେଖାଯାଇନଥିଲା । ୧୯୯୬-୯୭ରେ ରାଜେନ୍ଦ୍ରନଗରରେ ଡଙ୍ଗାରେ ଯିବା ଆସିବା କରିବାକୁ ପଡିଥିଲା । ରାଜେନ୍ଦ୍ରନଗର ଓ ପାଟଳୀପୁତ୍ରର ତଳିଆ ଅଂଚଳରେ ବନ୍ୟା ଆସିଛି । ସହରର ଅନେକ ଦୋକାନ, ବଜାର ହସ୍ପିଟାଲ ଜଳାର୍ଣ୍ଣବ ହୋଇଛି ।

ଭାଗଲପୁରରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସି ମାଧ୍ୟମରେ ବନ୍ୟା ସଂପର୍କିତ ଆଲୋଚନା କରିଛନ୍ତି । ସରକାରଙ୍କ ପକ୍ଷରୁ ଲୋକଙ୍କୁ ପିଇବା ପାଣି ଓ ରନ୍ଧା ଖାଦ୍ୟ ଯୋଗାଇଦିଆଯାଉଛି । ଅକ୍ଟୋବର ୧୫ ପର୍ଯ୍ୟନ୍ତ ରିଲିଫ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ପାଣିରେ ବୁଡି ରହିଛି ଅଧା ବିହାର । ରାଜ୍ୟର ବାଘଲପୁର, ଗୟା, ପାଟନା. ବେଗୁସରାଇ, ଜାମୁଇ, ସୀତାମାଢି, ସମସ୍ତିପୁର, ଚମ୍ପାରନ , ଦରଭଂଗା ଭଳି ଜିଲ୍ଲାରେ ବନ୍ୟା ସ୍ଥିତି ସଂଗୀନ । ବନ୍ୟା ସ୍ଥିତି ଏଭଳି ସାଂଘାତିକ ଯେ, ଶହ ଶହ ଟ୍ରେନ୍ ବାତିଲ ହୋଇଯାଇଛି । କିଛି ବିମାନ ଚଳାଚଳ ବି ବନ୍ଦ ରହିଛି । ଏନଡିଆରଏଫର ୧୮ଟିମ୍ ଉଦ୍ଧାର କାମରେ ଲାଗିଛନ୍ତି ।

ସେହିପରି ଉତର ପ୍ରଦେଶରେ ମଧ୍ୟ ପ୍ରବଳ ବର୍ଷା ଯୋଗୁୁ ସର୍ବାଧିକ ମୃତ୍ୟୁ ହୋଇଛି । ୧୦୪ ଜଣଙ୍କ ମୃତ୍ୟୁ ହୋଇଛି ।ଉତରପ୍ରଦେଶରେ ସ୍ୱାଭାବିକଠାୀ ୧୭୦୦ ପ୍ରତିଶତ ଅଧିକ ବର୍ଷା ହୋଇଛି । ପ୍ରୟାଗରାଜରେ ୧୦୨ ଓ ବାରଣାସୀରେ ୮୪ ମିଲିମିଟର ବର୍ଷର୍ା ରେକର୍ଡ କରାଯାଇଛି । ପରିସ୍ଥିତି ସମ୍ଭାଳିବା ପାଇଁ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ମୃତକଙ୍କ ପରିବାର ପିଛା ସରକାର ୪ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧାର ଓ ସହାୟତା କାର୍ଯ୍ୟର ନିୟମିତ ସମୀକ୍ଷା କରୁଛନ୍ତି । ଏଭଳି ସ୍ଥିିତି ହୋଇଛି ଯେ ଲୋକେ ଘରୁ ବାହାରକୁ ବାହାରିପାରୁନାହାନ୍ତି ।