କନକ ବ୍ୟୁରୋ: ବିହାର ମୁଜଫରପୁରରେ ଜାପାନୀ ଜର କାରଣରୁ ଏଯାବତ୍ ୧୦୮ ଜଣ ଶିଶୁ ଜୀବନ ହାରିଲେଣି । ଗତ ସପ୍ତାହେ ହେଲା ଜାପାନୀ ଜର ପାଇଁ ବିହାରରେ ଭୟର ବାତାବରଣ ଖେଳିଯାଇଛି । ବଡ ଦୁଃଖର କଥା ହେଲା, ଏତେ ସବୁ ହେଲା ପରେ ବି ମେଡିକାଲ ବାରଣ୍ଡାରେ ରାଜ୍ୟର ମୁଖିଆ ତଥା ବିହାର ମୁଖ୍ୟମନ୍ତ୍ରୀଙ୍କର ପାଦ ଦିନଟିଏ ବି ପଡିଲା ନାହିଁ । ତେବେ ଆଜି ନିତିଶ ମୁଜଫରପୁର ଗସ୍ତ କରିଛନ୍ତି । ଜାପାନୀ ରୋଗରେ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାର ଲୋକଙ୍କୁ ଭେଟିବା ସହ ହସ୍ପିଟାଲର ପରିଦର୍ଶନ କରି ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି । ହେଲେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ବିରୋଧ ପ୍ରଦର୍ଶନ । ଜାପାନୀ ଜରରେ ଆକ୍ରାନ୍ତ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବା ପାଇଁ ନୀତିଶ ଡାକ୍ତରଖାନାରେ ପହଁଚିବାପରେ ଏଠାରେ ନୀତିଶ ଗୋ ବ୍ୟାକ ନାରା ଶୁଣିବାକୁ ମିଳିଛି ।

Advertisment

<

/p>

ଗତକାଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ବାସଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକର ଆୟୋଜନ କରି ସ୍ଥିତିର ସମୀକ୍ଷା କରିଥିଲେ। ଏହାପରେ ନୀତିଶ ଘୋଷଣା କରିଥିଲେ ଯେ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।ଏହାପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନ ବି ମୁଜଫରପୁର ଗସ୍ତରେ ଆସି ସ୍ଥିତିର ସମୀକ୍ଷା କରିଥିଲେ। ଜାପାନୀ ଜ୍ୱର ଯୋଗୁଁ ପ୍ରାଣ ହରାଇଥିବା ଶିଶୁଙ୍କ ସଂଖ୍ୟା ୧୦୮ ରେ ପହଞ୍ଚିଲାଣି। ମୁଜଫରପୁର ଦିଲ୍ଲୀର ଶ୍ରୀକୃଷ୍ଣା ମେଡିକାଲ୍ କଲେଜ୍ ଆଣ୍ଡ୍ ହସ୍ପିଟାଲ ଏବଂ କେଜରିଓ୍ଵାଲ୍ ମାତୃସଦନ(କେ ଏମଏସ)ରେ ଶିଶୁଙ୍କର ମୃତ୍ୟୁ ହୋଇଥିଲା।ଚଳିତ ବର୍ଷ ଜାନୁଆରିରେ ମୋଟ୍ ୧୭୯ ସନ୍ଦିଗ୍ଧ ଏଇଏସ୍ ମାମଲା ସାମ୍ନାକୁ ଆସିଥିଲା।