ଛାତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚାନକ ଆସିଲା ୯୬୦ କୋଟି । ଆଶ୍ଚର୍ଯ୍ୟ ହୋଇଗଲେ ଛାତ୍ର, କଲେ ଏହି କାମ

648

କନକ ବ୍ୟୁରୋ : ଆପଣ କେବେ ସ୍ୱପ୍ନରେ ଭାବିଛନ୍ତି କି, ଗୋଟିଏ ମିନିଟରେ ଆପଣଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ହୋଇଯାଇଥିବା କଥା । ଯଦି କେବେ ଭାବି ନାହାନ୍ତି, ତେବେ ବର୍ତ୍ତମାନ ଆମେ କହିବାକୁ ଯାଉଥିବା ଏହି ଘଟଣା ବାବଦରେ ଜାଣିଲେ ଆପଣ ଭାବିବାକୁ ବାଧ୍ୟ ହେବେ । ଦୁଇଜଣ ଛାତ୍ରଙ୍କ ଆକାଉଣ୍ଟକୁ ଅଚାନକ ଆସିଲା ୯ଶହ ୬୦ କୋଟି ଟଙ୍କା ।
ବିହାରର କଟିହାରରେ ଦୁଇ ଛାତ୍ରଙ୍କ ଆକାଉଣ୍ଟକୁ କୋଟିଏ ନୁହେଁ କି ଦୁଇ କୋଟି ନୁହେଁ, ଆସିଲା ୯୬୦ କୋଟି ଟଙ୍କା । ଆକାଉଣ୍ଟକୁ ଏତେ ଅଧିକ ମାତ୍ରାରେ ଟଙ୍କା ଆସିବା ଘଟଣା ଦେଖି ଛାତ୍ରଙ୍କ ସମେତ ବ୍ୟାଙ୍କ ଅଧିକାରୀ ବି ଆଶ୍ଚର୍ଯ୍ୟ ଚକ୍କିତ ହୋଇଗଲେ । ହଠାତ୍ ଜାଣିପାରିଲେନି ଏତେ ଟଙ୍କା ଆସିଲା କେଉଁଠୁ । ଏହି କଥା ଯେତେବେଳେ ଅନ୍ୟ ଲୋକଙ୍କୁ ଜଣାପଡିଲା, ତାପରେ ଆକାଉଣ୍ଟ ଚେକ୍ କରିବା ପାଇଁ ବ୍ୟାଙ୍କରେ ଲମ୍ବା ଲାଇନ୍ ଲାଗିଗଲା । ବ୍ୟାଙ୍କରେ ଭିଡ ବଢିଲା, ଅନ୍ୟାନ୍ୟ କାର୍ଯ୍ୟରେ ବାଧା ସୃଷ୍ଟି ହେଲା ।
ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ବିହାର ସରକାରଙ୍କ ଦ୍ୱାରା ସ୍କୁଲ ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଡ୍ରେସ୍ କିଣା ପଇସା ପଠାଯାଇଥିଲା । ଆକାଉଣ୍ଟ ଚେକ୍ କରିବା ପାଇଁ ଯେତେବେଳେ ଦୁଇ ଛାତ୍ର ବ୍ୟାଙ୍କରେ ପହଞ୍ଚିଥିଲେ, ସେତେବେଳେ ଜାଣିବାକୁ ପାଇଲେକି, ତାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା ଜମା ହୋଇଛି । ଦୁଇଜଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯୬୦ କୋଟି ଟଙ୍କା ଜମା ହୋଇଛି । ଏଥିମଧ୍ୟରୁ ଗୁରୁଚନ୍ଦ୍ର ନାମକ ଜଣେ ଛାତ୍ରଙ୍କ ଆକାଉଣ୍ଟକୁ ୬୦ କୋଟି ଟଙ୍କା ଆସିଥିବା ବେଳେ ଅନ୍ୟଜଣେ ଛାତ୍ର ଅଶିତ୍ କୁମାରଙ୍କ ଖାତାକୁ ୯ଶହ କୋଟି ଆସିଛି ।
ବ୍ୟାଙ୍କ ମ୍ୟାନେଜର ଏହି ଘଟଣା ବାବଦରେ ଜାଣିବା ପରେ ତୁରନ୍ତ ଖାତାର ନେଣ ଦେଣ ପ୍ରକ୍ରିୟାକୁ ବନ୍ଦ କରିଦେଇଥିଲେ । ଏବଂ ଏହି ଘଟଣା ବାବଦରେ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ।
ଏହା ପ୍ରଥମ ଘଟଣା ନଥିଲା, ଏହା ପୂର୍ବରୁ ମଧ୍ୟ ବିହାରର ଜଣେ ବ୍ୟକ୍ତିଙ୍କ ପାଖକୁ ୫ଲକ୍ଷ ୫୦ ହଜାର ଟଙ୍କା ଆସିଯାଇଥିଲା । ସେହି ବ୍ୟକ୍ତି ଜଣକ ପିଏମ୍ ମୋଦି ସହାୟତା ରାଶି ଆସିଥିବା ଭାବି ଖର୍ଚ୍ଚ କରିଦେଇଥିଲେ । ପରେ ବ୍ୟାଙ୍କ ଅଧିକାରୀ ଭୁଲରେ ଖାତାକୁ ଆସିଥିବା ଟଙ୍କା ମାଗିଥିଲେ, କିନ୍ତୁ ସେହି ବ୍ୟକ୍ତି ଜଣକ ଟଙ୍କା ଫେରାଇବାକୁ ମନାକରିଦେଇଥିଲେ । ବ୍ୟାଙ୍କ ଅଧିକାରୀ ପୋଲିସରେ ଅଭିଯୋଗ କରିବା ପରେ ସେହି ବ୍ୟକ୍ତିଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଦେଇଛି ।