ଚହଳ ପକାଇଲା ଚାଷୀଙ୍କ ଆକାଉଣ୍ଟ । ଖାତାକୁ ଆସିଲା ୫୨ କୋଟି

323

କନକ ବ୍ୟୁରୋ : ଗୋଟିଏ ଦିନ ପୂର୍ବରୁ ଖବର ପ୍ରକାଶ ପାଇଥିଲା, ସ୍କୁଲ ଛାତ୍ରଙ୍କ ଆକାଉଣ୍ଟରେ ୯୬୦ କୋଟି ଟଙ୍କା ଜମା ହେବା ଘଟଣା । ଏହି ଘଟଣାକୁ ଗୋଟିଏ ଦିନ ନପୁରୁଣୁ ସେହିଭଳି ଆଉ ଏକ ଘଟଣା ସମ୍ନାକୁ ଆସିଛି । ବିହାରରେ ପୁଣି ଥରେ ଜଣେ ବ୍ୟକ୍ତିଙ୍କ ଖାତାରେ ମୋଟା ଅଙ୍କର ଟଙ୍କା ଜମା ହୋଇଥିବା ମାମଲା ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ, ବିହାର ମୁଜାଫରବାଦର ଜଣେ ବୃଦ୍ଧ ବ୍ୟକ୍ତି ରାମବାହାଦୁର ଶାହାଙ୍କ ବ୍ୟାଙ୍କ ଖାତାରେ ୫୨ କୋଟି ଟଙ୍କା ଅଚାନକ ଜମା ହୋଇଯାଇଛି । ରାମବାହାଦୁର ସରକାରଙ୍କ ତରଫରୁ ମିଳୁଥିବା ବାର୍ଦ୍ଧିକ ଭତ୍ତା ଟଙ୍କା ଚେକ୍ କରିବା ପାଇଁ ନିକଟରେ ଥିବା ସିଏମସି ସେଣ୍ଟରରେ ପହଞ୍ଚିଥିଲେ । ଆକାଉଣ୍ଟ ଚେକ୍ କରିଲା ବେଳକୁ ଦେଖିବାକୁ ମିଳିତା, ରାମବାହାଦୁରଙ୍କ ଖାତାରେ ୫୨କୋଟି ଟଙ୍କା ଜମା ହୋଇଛି । ଦେଖୁ ଦେଖୁ ଏହି ଖବର ନିଆଁ ଭଳି ସାରା ଅଞ୍ଚଳରେ ବ୍ୟାପିଗଲା । ଖବର ପାଇଁ ରାମବାହାଦୁରଙ୍କ ନିକଟରେ ବିଭିନ୍ନ ଚ୍ୟାନେଲର ଗଣମାଧ୍ୟମ ପ୍ରତିନିଧୀ ମଧ୍ୟ ପହଞ୍ଚିଗଲେ । ରାମବାହାଦୁରଙ୍କୁ ଏବାବଦରେ ପଚାରିବାରୁ ସେ କହିଲେ, ମୁଁ ଗରିବ ଚାଷୀଟିଏ, ବାର୍ଦ୍ଧିକ ଭତ୍ତା ଚେକ୍ କରିବା ପାଇଁ ଯାଇଥିଲି ଦେଖିଲା ଖାତାରେ ୫୨ କୋଟି ଟଙ୍କା ଜମା ହୋଇଛି । ସରକାରଙ୍କୁ ନିବେଦନ କରୁଛି ଏହି ଟଙ୍କାରୁ ଆମକୁ କିଛି ସହାୟତା ମିଳୁ । ଏହି ଘଟଣା ନେଇ ରାମବାହାଦୁରଙ୍କ ପୁଅ କହିଛନ୍ତି, ଏତେ ଟଙ୍କା ଖାତାକୁ ଆସିବା ଜାଣି ଆମେ ବହୁତ ଚିନ୍ତାରେ ଅଛୁ । ସରକାରଙ୍କ ତରଫରୁ ଆମକୁ ସହଯୋଗ କରାଯାଉ ।

ତେବେ ଏତେ ଟଙ୍କା ଏହି ଗରି ଚାଷୀଙ୍କ ଆକାଉଣ୍ଟକୁ କେମିତି ଆସିଲା, ସେନେଇ କିଛି ସ୍ପଷ୍ଟ ହୋଇପାରିନି । ପୋଲିସ ଏହି ଖବର ପାଇବା ପରେ ଉଚ୍ଚ ଅଧିକାରୀଙ୍କୁ ଏ ବାବଦରେ ଜଣାଇଦେଇଛନ୍ତି । ଉଚ୍ଚ ଅଧିକାରୀ ଯାହା ନିର୍ଦ୍ଦେଶ ଦେବେ ତାବା ପାଳନ କରିବ ବୋଲି କହିଛି ସ୍ଥାନିୟ ପୋଲିସ