ଗତମାସରେ ଉଦଘାଟନ ହୋଇଥିଲା ବିହାରର ସତାରଘାଟ ମହାସେତୁ : ବନ୍ୟା ଭାଙ୍ଗିଦେଲା ୨୬୪ କୋଟି ଟଙ୍କାର ପୋଲ । ୨ ଟି ଜିଲ୍ଲାରୁ ସଂଯୋଗ ଚ୍ଛିନ୍ନ ।

379

ଗତ ମାସରେ ୨୬୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବିହାରର ଗୋପାଳଗଞ୍ଜ ସତାରଘାଟ ମହାସେତୁ ଧ୍ୱସଂ ହୋଇଯାଇଛି । ବିହାରରେ ଲଗାତାର ବର୍ଷା ଏବଂ ବନ୍ୟା କାରଣରୁ ବୁଧବାର ଭାଙ୍ଗିଯାଇଛି ଏହି ମହାସେତୁ । ପୋଲି ଭାଙ୍ଗି ଯିବା ସହ ଚମ୍ପାରଣ ତିରହୁତ୍ ଏବଂ ସାରଣ୍ ର ଅନେକ ଜିଲ୍ଲା ସଙ୍ଗେ ଏବେ ବିହାରର ସଂପର୍କ ଭାଙ୍ଗିଯାଇଛି । ଜୁନ୍ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନିତିଶ୍ କୁମାର୍ ପାଟଣାରୁ ଭିଡ଼ିଓ କନଫରେନ୍ସ ଜରିଆରେ ଏହି ମହାସେତୁର ଉଦଘାଟନ କରିଥିଲେ । ଗୋପାଳଗଞ୍ଜକୁ ଚମ୍ପାରଣ୍ ଏବଂ ତିରହୁତ୍ ଭଳି ଜିଲ୍ଲା ସହ ସଂଯୋଗ କରୁଥିବା ଏହା ପ୍ରମୁଖ ସେତୁ ଥିଲା । ଯାହାର ନିର୍ମାଣରେ ୨୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଗୋପାଳଗଞ୍ଜ ଗଣ୍ଡରୁ ୩ ଲକ୍ଷରୁ ଅଧିକ କ୍ୟୁସେଟ୍ ଜଳ ପ୍ରଭାବିତ ହେବାର ଥିଲା । ଗଣ୍ଡକର ଏତେ ବଡ଼ ଜଳସ୍ତରରୁ ଜଳ ପ୍ରଭାବିତ ହେବା ଫଳରେ ମହାସେତୁର ରୋଡ଼୍ ଭାଙ୍ଗିଗଲା । ବୈକୁଣ୍ଠପୁରର ଫେଜୁଲ୍ଲାପୁରରେ ଏହି ପୋଲ ଭାଙ୍ଗିଛି । ଭଙ୍ଗା ପୋଲକୁ ଦେଖିବା ପାଇଁ ଉକ୍ତ ସ୍ଥାନରେ ଲୋକଙ୍କ ଗହଳି ଜମିଛି । କୋଭିଡ଼୍ ସାଙ୍ଗକୁ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ବିହାରବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଯାଇଛି ।

ବିଜେପି ବିଧାୟକ ମିଥିଲେଶ୍ ତିୱାରୀ ଏହି ମାମଲାର ଜାଞ୍ଚ୍ କରିବା ପାଇଁ ବିହାର ପଥନିର୍ମାଣ ମନ୍ତ୍ରୀ ନନ୍ଦକିଶୋର ଯାଦବକୁ ଦାୟିତ୍ୱ ଦେଇଛନ୍ତି । ୨୦୧୨ ରେ ଆରମ୍ଭ ହୋଇଥିବା ଏହି ପୋଲର ନିର୍ମାଣ ବିହାର ପୋଲ ନିର୍ମାଣ ବିଭାଗ ଦ୍ୱାରା କରାଯାଇଥିଲା । ଜୁନ୍ ୧୬ ତାରିଖରେ ଏହି ମହାସେତୁର ଉଦଘାଟନ କରାଯାଇଥିଲା ।