ଏ ହେଉଛି ଦୁନିଆର ସବୁଠାରୁ ବଡ ପରିବାର ! ୧୦୦ଟି ରୁମରେ ରୁହନ୍ତି ୧୮୧ ଜଣ ସଦସ୍ୟ ।

45

ଗୋଟେ ପରିବାରରେ ଅତି ବେସିରେ ୧୦ ରୁ ୧୫ ଜଣ ରହିଥାନ୍ତି । ଗୋଟେ ଛୋଟ ପରିବାରରେ ଅତି ବେସିରେ ୫ ଜଣ ଲୋକ ରହୁଥିବା ବେଳେ ଗୋଟେ ବଡ ପରିବାରରେ ୧୦ ରୁ ୧୫ ଜଣ ସଦସ୍ୟ ରହିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ପରିବାର ବିଷୟରେ କହିବାକୁ ଯାଉଛୁ ଯେଉଁ ପରିବାରରେ ୧୮୧ ଜଣ ସଦସ୍ୟ ରହିଛନ୍ତି । ଏହି ପରିବାର କୌଣସି ଅନ୍ୟ ଦେଶର ନୁହଁନ୍ତି ଏହି ପରିବାର ଆମ ଦେଶ ଭାରତରେ ହିଁ ବାସ କରନ୍ତି ।

ମିଳିଥିବା ଖବର ଅନୁଯାୟୀ, ମିଜୋରାମ ଏକ ପହାଡି ଅଞ୍ଚଳରେ ଥିବା ବଟବଙ୍ଗ ଗାଁରେ ଏକ ପରିବାର ବାସ କରନ୍ତି । ଏହି ପରିବାରରେ ୧୮୧ ଜଣ ସଦସ୍ୟ ରୁହନ୍ତି । ପରିବାରର ମୁଖିଆ ହେଉଛନ୍ତି ଜିଓନା ଚାନା । ସେ ତାଙ୍କ ୩୯ ପତ୍ନୀ, ୯୪ ଜଣ ପିଲା, ୧୪ ଜଣ ବୋହୁ ଏବଂ ୩୩ ନାତି ନାତୁଣିଙ୍କ ସହ ଗୋଟିଏ ଘରେ ରୁହନ୍ତି । ଜିଓନା ତାଙ୍କ ବଡ ପୁଅଙ୍କ ସହ ମିଶି ବଢେଇ କାମ କରନ୍ତି । ବଢେଇ କାମରୁ ଢେର ସାରା ଟଙ୍କା ରୋଜଗାର କରି ସେ ତାଙ୍କ ପରିବାରର ଭରଣ ପୋଷଣ କରନ୍ତି । କେବଳ ସେତିକି ନୁହେଁ ଜିଓନା ତାଙ୍କ ପରିବାର ପାଇଁ ଏକ ବଡ ମହଲ ନିର୍ମାଣ କରିଛନ୍ତି । ଯେଉଁଥିରେ ପ୍ରାୟ ୧୦୦ଟି ରୁମ ରହିଛି । ଏଥିସହିତ ଗୋଟିଏ ବଡ କିଚେନ ରୁମ ମଧ୍ୟ ରହିଛି । ସବୁଠାରୁ ବଡ କଥା ହେଉଛି ଜିଓନାଙ୍କ ପରିବାର ଲୋକଙ୍କ ମଧ୍ୟରେ ଏକତା ଏବଂ ଭଲପାଇବା ପରିବାରକୁ ପରସ୍ପର ସହ ବାନ୍ଧିକି ରଖିଛି । ପରିବାରରେ ଯାହା କିଛିବି କାମ ଥାଏ ସମସ୍ତେ ମିଳିମିଶି କାମକୁ ତୁଲାଇଥାନ୍ତି । ଯାହା ଫଳରେ ପରସ୍ପର ମଧ୍ୟରେ ଏକତା ବଜାଇ ରହିଥାଏ ।