“ବିଗ୍ ବସ୍ – ସିଜନ୍ ୧୨” ଆରମ୍ଭ ହେବା ପରେ ପ୍ରଶଂସକଙ୍କ ପାଟିରେ କେବଳ ଦୁଇ ଜଣ ପ୍ରତିଯୋଗୀଙ୍କ ନାଁ ଏବଂ ଏହି ଦୁଇ ପ୍ରତିଯୋଗୀ ହେଲେ ପ୍ରସିଦ୍ଧ ଭଜନ ଗାୟକ ଅନୁପ୍ ଜଲୌଟା ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ଜସଲୀନ୍ । ବୟସରେ ଅନୁପଙ୍କ ଠାରୁ ୩୭ ବର୍ଷ ଛୋଟ ହୋଇଥିବା ଜସଲୀନ୍ ବିଗ୍ ବସର ଗ୍ରାଣ୍ଡ ପ୍ରିମିୟରରେ ସଲମାନଙ୍କ ସାମ୍ନାରେ ସ୍ୱୀକାର କରିଥିଲେ ଯେ ଦୁହେଁ ରିଲେନ୍ସିପରେ ଅଛନ୍ତି । ତେବେ ଘରକୁ ଆସିବା ପରେ ହିଁ ସମସ୍ତଙ୍କ ନଜରରେ ଏହି କପଲ୍ ଆସିଯାଇଥିଲେ । “ବିବି ପ୍ରେସ୍ କନଫରେନ୍ସ” ନାମକ ଏକ ଗେମରେ ଦୁହିଁଙ୍କ ପ୍ରଶ୍ନ ପଚରାଯାଇଥିଲା । ଏହି ଗେମରେ ସିଜନ-୧୧ ର ପ୍ରତିଯୋଗୀ ହିନା ଖାନ୍ ଏବଂ ହିତେନ୍ ତେଜୱାନୀ ମଧ୍ୟ ସାମିଲ୍ ଥିଲେ । ପ୍ରଥମେ ପ୍ରଥମେ ଜସଲିନ୍ ଆତ୍ମବିଶ୍ୱାସର ସହ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଚୁପ୍ ହୋଇଯାଇଥିଲେ । ଶୋ’ ସମୟରେ ସମସ୍ତେ ଦୁହିଁଙ୍କ ସଂପର୍କକୁ ନେଇ ପ୍ରଶ୍ନ କରିଥିଲେ । ତେବେ ଅନୁପ୍ ଏହି କଥାକୁ ସ୍ୱୀକାର କରିଥିଲେ ମଧ୍ୟ ଜସଲିନ୍ କଥାକୁ ବାରମ୍ବାର ଚେଞ୍ଜ କରୁଥିଲେ ।
ଶୋ’ ପ୍ରଥମରୁ ଜସଲିନଙ୍କୁ ପଚରାଯାଇଥିଲା ଯେ ଆପଣଙ୍କ ମଧ୍ୟରେ କେମିଷ୍ଟ୍ରି ଦେଖାଯାଉ ନାହିଁ ଏହି ପ୍ରଶ୍ନରେ ରାଗି ଯାଇ ଜସଲିନ୍ କହିଲେ, କ’ଣ କେମିଷ୍ଟ୍ରି ଦେଖାଇବାକୁ ଯାଇ ମୁଁ ସବୁବେଳେ ଅନୁପଙ୍କ ସାଙ୍ଗରେ ବସିବି? ଆମ ଭିତରେ ଗୁରୁ ଶିଷ୍ୟର ମଧ୍ୟ ସଂପର୍କ ରହିଛି । କିନ୍ତୁ ଏଥିମଧ୍ୟରେ ଅନୁପ୍ ଏହି ସଂପର୍କକୁ ନେଇ ସଂପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଥିବା ବେଳେ ଜସଲିନ୍ ଏଥିନେଇ ଦ୍ୱନ୍ଦରେ ଥିବା ନେଇ ଦେଖାଯାଇଥିଲେ । ତେବେ ଜସଲିନ୍ ଙ୍କ ଏଭଳି ବ୍ୟବହାର ଦେଖି ପ୍ରତିଯୋଗୀ ଏହି ସଂପର୍କକୁ ଫେକ୍ ବୋଲି ଭାବୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/09/article-l-201892596014121701000.jpg)
/kanak/media/post_attachments/wp-content/uploads/2018/09/coe0b6r_anurag_625x300_17_September_18-300x185.png)