ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ ରେ ଓଡିଶାର ଗର୍ବ ଏବଂ ଗୌରବର ଚର୍ଚ୍ଚା : ଶ୍ରୀକ୍ଷେତ୍ର ଏବଂ ଅର୍କକ୍ଷେତ୍ରର ଚର୍ଚ୍ଚା କଲେ ପ୍ରତିଯୋଗୀ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ । 

ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ ରେ ଓଡିଶାର ଗର୍ବ ଏବଂ ଗୌରବର ଚର୍ଚ୍ଚା : ଶ୍ରୀକ୍ଷେତ୍ର ଏବଂ ଅର୍କକ୍ଷେତ୍ରର ଚର୍ଚ୍ଚା କଲେ ପ୍ରତିଯୋଗୀ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ । 

ଜାତୀୟ ସ୍ତରରେ ଖୁବ୍ ଲୋକପ୍ରିୟତା ସାଉଁଟିଥିବା ରିୟାଲିଟି ଶୋ’ ବିଗବସ୍ ର ବର୍ତ୍ତମାନ ୧୩ ତମ ସଂସ୍କରଣ ଚାଲୁ ରହିଛି । ଏହି ଶୋ’ରେ ଭାଗ ନେଇଥିବା ପ୍ରତିଯୋଗୀ ଅଧିକାଂଶ ସମୟରେ ଝଗଡା କରୁଥିବା କିମ୍ବା ପରସ୍ପର ବିରୋଧରେ ଗପୁଥିବାର ହିଁ ଶୁଣିବାକୁ ମିଳିଥାଏ । କିଛି ଦିନ ତଳେ ଜାତୀୟ ସ୍ତରରେ ଏହି ଶୋ’ ଯୁବପିଢୀଙ୍କ ପଥଭ୍ରଷ୍ଟ କରାଉଥିବାର ମଧ୍ୟ ଅଭିଯୋଗ ଉଠିଥିଲା । କିନ୍ତୁ ବର୍ତ୍ତମାନ ପୁଣିଥରେ ସୋସିଆଲ୍ ମିଡିଆରେ ବିଗବସ୍ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏଥରର ଚର୍ଚ୍ଚା କିନ୍ତୁ ଓଡିଶାବାସୀଙ୍କୁ ଖୁବ୍ ପସନ୍ଦ ଆସିଛି ।

ଏହି ରିୟାଲିଟି ଶୋ’ରେ ପ୍ରତିଯୋଗୀମାନେ ଶ୍ରୀକ୍ଷେତ୍ର ତଥା ଶ୍ରୀମନ୍ଦିରର ଛପନ ଭୋଗ ଏବଂ ଅର୍କକ୍ଷେତ୍ର କୋଣାର୍କର କାରୁକାର୍ଯ୍ୟ ବିଷୟରେ କଥାବାର୍ତ୍ତା କରୁଥିବାର ଦେଖାଯାଇଛି । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓରେ ପ୍ରତିଯୋଗୀ ସିଦ୍ଧାର୍ଥ ଶୁକ୍ଲା , ପାରସ୍ ଛାବଡା , ମାହିରା ଶର୍ମା , ଆରତୀ ସିଂହ ଏବଂ ସେଫାଲୀ ଜରିୱାଲା କୋଣାର୍କ ମନ୍ଦିରର ଅଦ୍ଭୁଦ ବାସ୍ତୁଶିଳ୍ପ ଏବଂ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଅବଢା ଏବଂ ୫୬ ଭୋଗ ବିଷୟରେ କଥା ହେଉଛନ୍ତି । ଭିଡିଓରେ ସିଦ୍ଧାର୍ଥ ଶୁକ୍ଲା ଏବଂ ସେଫାଲୀ ଜରିୱାଲା କୋଣାର୍କର ବାସ୍ତୁଶିଳ୍ପ ବିଷୟରେ ପାରସ୍ ଛାବଡାଙ୍କୁ କହୁଛନ୍ତି ।

publive-image

ଏହାପରେ ସେଫାଲୀ ଶ୍ରୀକ୍ଷେତ୍ରର ଛପନ ଭୋଗ ବିଷୟରେ କୁହନ୍ତି ଯାହାକୁ ଶୁଣି ସିଦ୍ଧାର୍ଥ ମଧ୍ୟ ଉତ୍ସାହିତ ହୋଇ ଅବଢା ତାଙ୍କୁ ଖୁବ୍ ଭଲ ଲାଗେ ବୋଲି କୁହନ୍ତି । ପ୍ରତିଯୋଗୀ ଆରତୀ ଏନେଇ ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି ଯେ କ’ଣ ସତରେ ମନ୍ଦିରରେ ୫୬ ଭୋଗ ପୂଜା ହୁଏ ଏବଂ ଅବଢା ଭକ୍ତଙ୍କୁ ଖାଇବାକୁ ଦିଆଯାଏ! ଏନେଇ ସେଫାଲୀ ଡୋନେସନ୍ ଦେଲେ ମନ୍ଦିିର ପକ୍ଷରୁ ୫୬ ଭୋଗ ଖାଇବାକୁ ମିଳିଥିବା କଥା କୁହନ୍ତି । ତେବେ ଜାତୀୟ ସ୍ତରର ରିୟାଲିଟି ଶୋ’ରେ ଓଡିଶାର ଆରାଧ୍ୟ ତଥା ଓଡିଶାର ଗୌରବ କୋଣାର୍କ ମନ୍ଦିରର ଚର୍ଚ୍ଚାକୁ ଖୁବ୍ ପ୍ରଶଂସା କରିଛନ୍ତି ଦର୍ଶକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe