ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ -୧୩ ଉପରେ ମାଡିଲା ସଂକଟ ! ଅଶାଳୀନତାକୁ ଖୋଲାଖୋଲି ଭାବେ ପ୍ରସାରଣ କରିବା ଏବଂ ଶୋ’ ବ୍ୟାନ୍ କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ପଠାଗଲା ଚିଠି ।

Advertisment
ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ -୧୩ ଉପରେ ମାଡିଲା ସଂକଟ ! ଅଶାଳୀନତାକୁ ଖୋଲାଖୋଲି ଭାବେ ପ୍ରସାରଣ କରିବା ଏବଂ ଶୋ’ ବ୍ୟାନ୍ କୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ପଠାଗଲା ଚିଠି ।

ଦେଶର ସବୁଠାରୁ ବଡ଼ ଏବଂ ଲୋକପ୍ରିୟ ରିୟାଲିଟି ଶୋ’ ବିଗବସ୍ -୧୩ ର ସମସ୍ୟା ବଢୁଥିବା ନଜର ଆସୁଛି । ନିକଟରେ ଏହି ଶୋ’ଉପରେ ରୋକ୍ ଲଗାଇବା ପାଇଁ କଥା ଉଠିଥିଲା । କିନ୍ତୁ ବର୍ତ୍ତମାନ ଏହି ମାମଲାରେ ନୂଆମୋଡ ଦେଖିବାକୁ ମିଳୁଛି । କ୍ୟାଟ୍ (Confederation Of All India Traders) ପକ୍ଷରୁ ଆଜି କେନ୍ଦ୍ରୀୟ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବେଡକରଙ୍କୁ ଏକ ପତ୍ର ପଠାଯାଇଛି । ଯେଉଁଥିରେ କଲର୍ସ ଚ୍ୟାନେଲରେ ପ୍ରସାରଣ ହେଉଥିବା ଲୋକପ୍ରିୟ ଟିଭି ଶୋ’ ବିଗବସ୍ -୧୩ କୁ ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି । ଏହି ପତ୍ରରେ ବିଗବସ୍ ସିଜନ୍ ୧୩ ଉପରେ ଅନେକ ଗମ୍ଭୀର ଅଭିଯୋଗ ଲାଗିଛି ।

publive-image

କ୍ୟାଟ୍ ପକ୍ଷରୁ କୁହାଯାଇଛି ଯେ , ବିଗବସ୍ -୧୩ ରେ ଅଶାଳୀନତାକୁ ଖୋଲାଖୋଲି ଭାବେ ପ୍ରଦର୍ଶନ କରାଯାଉଛି । ଏହି ଶୋ’କୁ ଘରେ ଦେଖିବା ଅତ୍ୟନ୍ତ ଅଶୋଭନୀୟ ଏବଂ ଏହି ଶୋ’ ଆମ ଦେଶର ପୁରୁଣା ପାରମ୍ପରିକ , ସାମାଜିକ ଏବଂ ସାଂସ୍କୃତିକ ମୂଲ୍ୟକୁ ବ୍ୟାଘାତ ପହଁଚାଉଛି । ଟିଆରପି ଏବଂ ଭଲ ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ ବିଗବସ୍ ଦେଶର ସାମାଜିକ ବ୍ୟବସ୍ଥାକୁ ଶେଷ କରିବାକୁ ଚେଷ୍ଟା କରୁଛି । ଶୋ’ରେ ଅଶାଳୀନ ଭାଷା ଏବଂ ଅଶ୍ଲୀଳତାକୁ ଦର୍ଶାଯାଉଥିଲେ ମଧ୍ୟ ଚଳିତ ବର୍ଷର ଶୋ’ ବିଗବସ୍ ସିଜନ୍ ୧୩ ରେ ନୈତିକତାକୁ ମଧ୍ୟ ଖଣ୍ଡନ କରାଯାଇଛି । ଶୋ’ରେ “ବେଡ୍ ଫ୍ରେଣ୍ଡ୍ ଫରଏଭର୍”(ବିଏଫଏଫ) ର ବିଷୟ ଦେଶର ସାଂସ୍କୃତିକ ଏବଂ ସାମାଜିକ ଭାବନାକୁ ଖଣ୍ଡିତ କରୁଛି । ଏହି ଶୋ’କୁ ପ୍ରାଇମ୍ ଟାଇମ୍ ରେ ପ୍ରସାରଣ କରାଯାଉଛି ଯେଉଁଥିରେ ସବୁ ବର୍ଗର ଦର୍ଶକ ଶୋ’କୁ ଦେଖୁଛନ୍ତି ।

publive-image

ଯାହାର ଅଶାଳୀନ ପ୍ରଭାବ ମଧ୍ୟ ତାଙ୍କ ଉପରେ ପଡୁଛି । କ୍ୟାଟ୍ ପକ୍ଷରୁ କୁହାଯାଇଛି ଯେ ଯଦି ସିନେମାକୁ ସେନ୍ସର୍ ବୋର୍ଡ ପକ୍ଷରୁ ଅନୁମତି ନେବାକୁ ପଡେ ତେବେ ଏଭଳି ରିୟାଲିଟି ଶୋ’ ଏବଂ ସିରିଏଲ୍ କୁ କାହିଁକି ଅନୁମତି ନେବାକୁ ପଡେନାହିଁ? ଆଉ ଯଦି ସେନ୍ସରରୁ ଅନୁମତି ନେବାକୁ ପଡୁଛି ତେବେ ଏଭଳି ଅଶାଳୀନ , ଅଭଦ୍ରତା , ଅପମାନଜନକ ଏବଂ ଅସାଂସ୍କୃତିକ ଉପଦ୍ରବକୁ ପ୍ରସାରଣ କରିବା ପାଇଁ କିଭଳି ଅନୁମତି ମିଳୁଛି?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe