“ବିଗ୍ ବସ୍ ସିଜନ୍ -୧୨” ପ୍ରତିଯୋଗୀଙ୍କ ବାହାରି ଆସିଲା ନାଁ ! ଦେଖନ୍ତୁ ଏହି ସିଜନର ପ୍ରତିଯୋଗୀଙ୍କ ଲିଷ୍ଟ୍ । 

37

“ବିଗ୍ ବସ୍ ସିଜନ୍ -୧୨” ଆଜି ଠାରୁ ଆରମ୍ଭ ହେବ । ଆଜି ତାହାର ପିମିୟର ଶୋ ଦେଖିବାକୁ ପାଇବେ ଦର୍ଶକ । କିଛି ପ୍ରତିଯୋଗୀଙ୍କ ନାମ ସାମ୍ନାକୁ ଆସିଛି ଏବଂ କିଛି ପ୍ରତିଯୋଗୀଙ୍କୁ ନେଇ ଏବେ ମଧ୍ୟ ଦ୍ୱନ୍ଦ ରହିଛି । ତେବେ ପ୍ରିମିୟର ଶୋ ପୂର୍ବରୁ ସମସ୍ତ ପ୍ରତିଯୋଗୀଙ୍କ ନାମ ସାମ୍ନାକୁ ଆସିଛ ଟିଭି ଚ୍ୟାନେଲ ଆଜ୍ ତକ୍ ମାଧ୍ୟମରେ । ୧୮ ଜଣ ପ୍ରତିଯୋଗୀଙ୍କୁ ନେଇ ଲୋନାୱାଲାରେ ବିଗ ବସ ସେଟରେ ପ୍ରିମିୟର ଶୋ ସୁଟ କରାଯାଇ ସରିଛି । ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ସେଲିବ୍ରେଟୀ ଏବଂ କମନ ଲୋକଙ୍କୁ ଦେଖିବାକୁ ମିଳିବ । ସବୁଠାରୁ ଖାସ କଥା ହେଉଛି ଏହି ଥର ଭିନ୍ନ ପ୍ରକାରର ଟ୍ୱିଷ୍ଟ ରହିଛି । ଯାହାକି ଭିନ୍ନ ଭିନ୍ନ ଯୋଡ଼ିଙ୍କୁ ନେଇ । ତେବେ ଆସନ୍ତୁ ଜାଣିବା ପ୍ରତିଯୋଗୀଙ୍କ ନାମ ।

ଦୀପିକା କକ୍କର ଏବଂ ଇବ୍ରାହିବ,ନେହା ପେଣ୍ଡସେ,ଗରଣବୀର ଗୋହରା,ସୃଷ୍ଟି ରୋଡ଼େ,ଅନୁପ ଜୋଲେଟା,ଶ୍ରୀସନ୍ତ,ଜସଲିନ ମଠରୁ,ସୁରଭି ରାଣା ଓ କୀର୍ତ୍ତି ବର୍ମା,ରୋଶମୀ ବନିକ ଓ ମିତଲ ଜୋଶୀ,ଦୀପକ ଠାକୁର ଓ ଉର୍ବସୀ ବାଣୀ,ଶୀଭାଶିଷ ମିଶ୍ରା ଓ ସୌରଭ ପଟେଲ,ସଭା ଖାନା ଓ ସୋଭି ଖାନ,ରେମିଲ ଚୌଧରୀ ଓ ନିର୍ମଳ ସିଂ ।