ଲୋକପ୍ରିୟ ଭଜନ ସମ୍ରାଟ ଅନୁପ ଜଲୌଟା ବିଗବସ୍ ସିଜନ୍ ୧୨ ପ୍ରତିଯୋଗିତାରୁ ବାହାରି ଯାଇଛନ୍ତି । ଭଜନ ପାଇଁ ସେ ଯେତେ ପରିଚିତ ତା’ଠାରୁ ଅଧିକ ପରିଚିତ ବିଗ୍ ବସ୍ ସିଜନ ୧୨ ରୁ ସେ ପାଇଥିଲେ । ନିଜଠାରୁ ଖୁବ୍ କମ୍ ବୟସ୍କ ଗାର୍ଲଫ୍ରେଣ୍ଡ ଜସଲିନ୍ ମଥାରୁଙ୍କ ସହ ପ୍ରେମସଂପର୍କ ନେଇ ସେ ଖୁବ୍ ଚର୍ଚ୍ଚିତ ହୋଇଥିଲେ । ତେବେ ନିକଟରେ ସେ ଏବଂ ପ୍ରତିଯୋଗୀ ସବା ଖାନ୍ ଏହି ଶୋ’ରୁ ବାଦ୍ ପଡିଥିଲେ ।
ତେବେ ଶୋ’ରୁ ବାହାରିବା ପରେ ଅନୁପ ବିଗବସ୍ ପ୍ରତିଯୋଗୀ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ୍ ଜସଲିନଙ୍କ ବିଷୟରେ ଚକିତ କଲା ଭଳି କଥା କହିଛନ୍ତି । ସେ କହିଥିଲେ ଜସଲିନ୍ ବିଗବସ୍ ୧୨ ରେ ନିଜ ଲୋକପ୍ରିୟତାକୁ ବଢାଇବା ପାଇଁ ମୋତେ ବ୍ୟବହାର କରିଥିଲେ । ସେ ମୋତେ ପ୍ରେମିକ ବନାଇବା ସହ ଲୋକଙ୍କ ମନରେ ମଧ୍ୟ ଘର କରିଥିଲେ ।
ଅନୁପ ପୁଣି କହିଥିଲେ ଯେ ମୁଁ ଜସଲିନଙ୍କ ସହ ଗୁରୁ ଶିଷ୍ୟର ସଂପର୍କ ନେଇ ବିଗବସ୍ ଘରେ ଏଣ୍ଟ୍ରି କରିବାକୁ ଚାହୁଁଥିଲି । ସେଥିପାଇଁ ଆରମ୍ଭ ଉତ୍ସବରେ ହିଁ ମୁଁ ଜସଲିନଙ୍କୁ ମୋ ଶିଷ୍ୟା ଏବଂ ମୁଁ ତାଙ୍କର ଗୁରୁ କହିଥିଲି । ସେତେବେବେ ସଲମାନ କହିଥିଲେ ଯେ ଆପଣ ତାଙ୍କୁ ଗୁରୁ କହୁଛନ୍ତି କିନ୍ତୁ ଜସଲିନ୍ ଆଉ କିଛି କହୁଛନ୍ତି ଏହାପରେ ବିଗବସ୍ ଘରେ ଜସଲିନ୍ ମଧ୍ୟ ପ୍ରେମସଂବନ୍ଧକୁ ସ୍ୱୀକାର କରିଥିଲେ । ଯାହା ସମ୍ପୁର୍ଣ୍ଣ ମିଥ୍ୟା ଥିଲା । ଏହା ସହ ଅନୁପ୍ ଖେଳାଳୀ ଶ୍ରୀସନ୍ଥକୁ ଫୁଟେଜ୍ ଖାଉଥିବା କଥା କହିଥିବା ବେଳେ ରୋମିଲ୍ ଚୌଧୁରୀଙ୍କୁ ୱିନର୍ ହେବା କଥା କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/10/anup-jalota-jasleen-matharu_133229_730x419-m.jpg)
/kanak/media/post_attachments/wp-content/uploads/2018/10/732273-anup-jalota-jasleen-matharu-300x169.jpg)
/kanak/media/post_attachments/wp-content/uploads/2018/10/anup-jalota-jasleen-1537970523-300x185.jpg)