ବିବାଦୀୟ ସୋ’ରେ ବିବାଦୀୟ ମହିଳା ! ଅର୍ଶୀ ଖାନଙ୍କ ନାଁରେ ରହିଛି ଦଶଟି ମାମଲା

64

ବିଗ ବସ ସିଜିନ ୧୧ରେ ନିଜର ଚାହାଣୀ ଓ ସୈାନ୍ଦର୍ଯ୍ୟକୁ ନେଇ ଟିଆରପି ବଢାଉଥିବା ମଡେଲ ତଥା ଅଭିନେତ୍ରୀ ଅର୍ଶୀ ଖାନଙ୍କ ବିଷୟରେ ବହୁ ଆଶ୍ଚର୍ଯ୍ୟଜନକ ତଥ୍ୟ ଖୁଲାସା କରିଛନ୍ତି ସାଉଥ ଅଭିନେତ୍ରୀ ଜୁଏଲ ବଶିଷ୍ଠ । ଭୋପାଳରେ ରହୁଥିବା ଅର୍ଶୀ ଖାନ ହେଉଛନ୍ତି ଆପଗାନିସ୍ଥାନର ମୂଳ ବାସିନ୍ଦା ।

ବିଗ ବସରେ ଶିଳ୍ପୀ ସିନେ୍ଧଙ୍କ ସହ ବନ୍ଧୁତା ସହ ଝଗଡା ଓ ପାଟିତୁଣ୍ଡ କରି ଚର୍ଚାରେ ଥିଲେ ଅର୍ଶୀ ଖାନ । ଅର୍ଶୀ ବିଗବସରେ ନିଜର ବୟସ ଲୁଚାଇବା ସହ ଜଣେ ପଚାଶ ବର୍ଷ ବୟସ ପୁରୁଷ ସହ ବିବାହ କରିଥିବା କହିଛନ୍ତି ଅଭିନେତ୍ରୀ ଜୁଏଲ । ଜୁଏଲ କହିଛନ୍ତି, ଅର୍ଶୀଙ୍କ ବୟସ ୩୨ କିନ୍ତୁ ସେ କହିଥିଲେ ତାଙ୍କର ବୟସ ୨୭ ବର୍ଷ । ଅର୍ଶୀ ତାଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଭୁଲ ଦର୍ଶାଇଛନ୍ତି । ଜୁଏଲଙ୍କର ସବୁଠୁ ବଡ ସଙ୍ଗୀନ ଅଭିଯୋଗ ହେଲା, ଅର୍ଶୀଙ୍କ ନାଁରେ ରହିଛି ୧୦ ଟି ଅପରାଧିକ ମାମଲା ରହିଛି ।

ସବୁଠୁ ବଡ କେସ ହେଉଛି ଅର୍ଶୀ ତାଙ୍କ ନେକେଡ ବଡିରେ ଭାରତ ପାକିସ୍ତାନର ଜାତୀୟପତାକା କରିଥିଲେ ।ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦଙ୍କ ସହ ଅର୍ଶୀଙ୍କର ସମ୍ପର୍କକୁ ନେଇ ଚର୍ଚା ହୋଇଥିଲା କିନ୍ତୁ ଏହାକୁ ଆଫ୍ରିଦି ସିଧାସିଧା ମନା କରିଥିଲେ । ଏବେ ଅର୍ଶୀ ଆଫ୍ରିଦଙ୍କ ସାମ୍ନାକୁ ମଧ୍ୟ ଆସିପାରୁନାହାନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଶୀଙ୍କର ସବୁ ଖୁଲାସା କରିଥିଲେ ଅଭିନେତ୍ରୀ ଜୁଏଲ ।