କନକ ବ୍ୟୁରୋ : ବିଗ୍ ବସ-୧୦ର ବିବାଦୀୟ ପ୍ରତିଯୋଗୀ ଥିବା ସ୍ୱାମୀ ଓମଙ୍କର ଦେହାନ୍ତ ହୋଇଛି। ସ୍ୱାମୀ ଓମ୍ କିଛି ଦିନ ହେଲା ଅସୁସ୍ଥ ଥିଲେ । ଆଜି ତାଙ୍କର ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ପ୍ରାୟ ୨ମାସ ପୂର୍ବେ ସେ କରୋନା ଆକ୍ରାନ୍ତ ହୋଇଥିଲେ, ଯାହା ପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବା ପରେ ସେଠାରୁ ସେ ଘରକୁ ଫେରିଥିଲେ, କିନ୍ତୁ ଶାରୀରିକ ଦୁର୍ବଳତା ଏବଂ ଅନ୍ୟ ରୋଗ ହେତୁ ଆଜି ତାଙ୍କର ଦେହାନ୍ତ ହୋଇଛି।
ସ୍ୱାମୀ ଓମ୍ ଦିଲ୍ଲୀର ଅଙ୍କୁର ବିହାର ରୋହିଣୀ ଅଞ୍ଚଳରେ ରହୁଥିଲେ। ଆଜି ନିଗମ ବୋଧ ଘାଟରେ ତାଙ୍କର ଶେଷ ରୀତିନୀତି କରାଯାଇଛି। ଦୀର୍ଘ ଦିନର ଅସୁସ୍ଥତା ସହ ସଂଗ୍ରାମ କରିବା ପରେ ଆଜି ସକାଳେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ସ୍ୱାମୀ ଓମ୍ ବିଗ୍ ବସ୍ ସିଜନ-୧୦ର ସବୁଠାରୁ ବିବାଦୀୟ ପ୍ରତିଯୋଗୀ ଥିଲେ।
ତାଙ୍କର ବିବାଦୀୟ ବିବୃତିକୁ ଅନେକ ସମୟରେ ତାଙ୍କୁ ଲୋକେ ସମାଲୋଚନା କରିବା ସହ ସୋ’ର ଉପସ୍ଥାପକ ତଥା ବଲିଉଡ ଅଭିନେତା ସଲମାନ ଖାନ ତାଙ୍କୁ ଅନେକ ସମୟରେ ତାଗିଦ କରିଥିବା ଦେଖାଯାଇଥିଲା। କିନ୍ତୁ ସବୁ ପରେ ବି ବିଗ୍ ବସ୍-୧୦ ରେ ଥିବା ତାଙ୍କ ସହ-ପ୍ରତିଯୋଗୀ ବାନି ଜେଙ୍କ ଉପରକୁ ସେ ପରିସ୍ରା ଫିଙ୍ଗିଥିଲେ। ପରେ ଏହି ଘଟଣାକୁ ନେଇ ବିଗ୍ ବସ୍ ନିଜେ ତାଙ୍କୁ ଘରୁ ବାହାର କରିଦେଇଥିଲେ। ବିଗ୍ ବସ୍-୧୦ ପରେ ମଧ୍ୟ ସ୍ୱାମୀ ଓମ୍ ତାଙ୍କ ବିବୃତି ପାଇଁ ଚର୍ଚ୍ଚାରେ ରହିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/16-3.jpg)