କନକ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟାକୁ ନେଇ ଏସଆରସିଙ୍କ ପ୍ରେସମିଟ । ସମ୍ଭାବ୍ୟ ବାତ୍ୟାର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଏହା ଓଡ଼ିଶା ଉପକୂଳକୁ ଛୁଇଁବ ନାହିଁ ବୋଲି ସେ କହିଛନ୍ତି ।

Advertisment
  • ଏବେ ପୁରୀ ଠାରୁ ୧୨୫୦ କିଲୋମିଟର ଦୂରରେ ଅଛି ଅବପାତ
  • ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତର-ପୂର୍ବ ଦିଗକୁ ଗତି କରିବ
  • ୧୦ ତାରିଖ ପର୍ଯ୍ୟନ୍ତ ଉତ୍ତର-ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁ ହେବ ବାତ୍ୟା
  • ୧୦ ତାରିଖ ମଧ୍ୟାହ୍ନ ବେଳକୁ ଉତ୍ତର, ଉତ୍ତର-ପୂର୍ବ ଦିଗକୁ ରିକର୍ଭ କରିବ
  • ସେତେବେଳେ ଏହା ଡାହାଣକୁ ମୋଡିବ
  • ୧୫୦ ରୁ ୨୦୦ କିଲୋମିଟର ଦୂରରେ ରିକର୍ଭ କରିବ
  • ଉପକୂଳ ସହ ସମାନ୍ତରଳ ଭାବେ ଗତି କରିବ, ଉତ୍ତର ବଙ୍ଗୋପସାଗର ମୁହାଁ ହେବ
  • ଓଡ଼ିଶାର ଉପକୂଳକୁ ଛୁଇଁବ ନାହିଁ
  • ବର୍ଷା ହେବ, ପବନ ହେବ, ଓଡ଼ିଶା ଉପକୂଳ ଠାରୁ କେତେ ଦୂରରେ ଯିବ
  • ବେଶି ଦୂରରେ ଗଲେ ପ୍ରଭାବ କମ ରହିବ, ପାଖରେ ଗଲେ ପ୍ରଭାବ ଅଧିକ ରହିବ
  • ଏବେ ସୁଦ୍ଧା ହୋଇଥିବା ଆକଳନ ଅନୁଯାୟୀ ୫୦ରୁ ୬୦ କିଲୋମିଟର ବେଗରେ ପବନ ହୋଇପାରେ
  • ୧୦ରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ବର୍ଷା ସମ୍ଭାବନା, କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା
  • ୧୧ ତାରିଖରେ ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକରେ ବର୍ଷା ସମ୍ଭାବନା
  • ସମୁଦ୍ର ଅଶାନ୍ତ ରହିବ, ୮ ତାରିଖ ସକାଳ ପରଠାରୁ କେହି ସମୁଦ୍ରକୁ ଯିବେ ନାହିଁ