ସ୍କୁଲ ପିଲାଙ୍କ ଉପରେ ପଡିଲା ବିଶାଳ ଗଛ । ଜଣେ ଛାତ୍ର ମୃତ, ୧୩ ଗୁରୁତର ।

293

କନକ ବ୍ୟୁରୋ: ଚଣ୍ଡିଗଡ କାର୍ମଲ କନଭେଣ୍ଟ ସ୍କୁଲରେ ଆଜି ଘଟିଛି ଏକ ଦୁଃଖଦ ଘଟଣା । ସ୍କୁଲ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇବାକୁ ଯାଉଥିବାବେଳେ ସେମାନଙ୍କ ଉପରେ ୨୫୦ ବର୍ଷ ପୁରୁଣା ବିଶାଳ ଗଛ ଉପୁଡି ପଡିଯାଇଛି । ଫଳରେ ଘଟଣାସ୍ଥଳରେ ଜଣେ ଛାତ୍ରର ମୃତ୍ୟୁ ହୋଇଥିବାବେଳେ ୧୩ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଛି । ଗୁରୁତରଙ୍କୁ ତୁରନ୍ତୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ସୂଚନା ମୁତାବକ, ମଧ୍ୟାହ୍ନ ସମୟରେ ଅନେକ ସ୍କୁଲ ଛାତ୍ରଛାତ୍ରୀ ଗଛ ଛାଇରେ ଛିଡା ହୋଇଥିଲେ । ହଠାତ୍ ଗଛଟି ସେମାନଙ୍କ ଉପରେ ଭାଙ୍ଗିପଡିଥିଲା । ଫଳରେ ପିଲାମାନେ ଗୁରୁତର ଆହତ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଗଛ ୨୫୦ ବର୍ଷ ପୁରୁଣା ।

ଏହି ଘଟଣାରେ ଅଭିଭାବକମାନେ ସ୍କୁଲରେ ପହଞ୍ଚି ହୋହାଲ୍ଲା କରିଛନ୍ତି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀଙ୍କ ସହିତ ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି ।