ଓଡିଶା-ଆନ୍ଧ୍ର ସୀମାରେ ବଡ ଟ୍ରେନ୍ ଦୁର୍ଘଟଣା । ୧୦ରୁ ଅଧିକ ମୃତ,  ଏକାଧିକ ଆହତ ।

777

କନକ ବ୍ୟୁରୋ: ପୁଣି ବଡ ଟ୍ରେନ୍ ଅଘଟଣ । ଓଡିଶା-ଆନ୍ଧ୍ର ସୀମାରେ ୩ଟି ଟ୍ରେନ୍ ଭିତରେ ଦୁର୍ଘଟଣା ଘଟିଛି । ତେବେ ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ, ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି ।

ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଓ କାଣ୍ଟାପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବିଶାଖାପାଟଣାଠାରୁ ରାୟଗଡା ଆସୁଥିବା ଏକ୍ସପ୍ରେସ ଟ୍ରେନ୍ ସିଗନାଲ ନପାଇବାରୁ ଆଲମଣ୍ଡା ନିକଟରେ ଅଟକି ରହିଥିଲା । ସେତିକି ବେଳେ ପଲାସାଠାରୁ ବିଶାଖାପାଟଣା ଆସୁଥିବା ପାସେଞ୍ଜର ଟ୍ରେନଟି ରାୟଗଡାରୁ ଆସିଥିବା ଏକ୍ସପ୍ରେସ ଟ୍ରେନକୁ ଧକ୍କା ଦେଇଥିଲା । ଏହାପରେ ଗୋଟିଏ ମାଲବାହୀ ଟ୍ରେନ୍ ଉଭୟ ଟ୍ରେନକୁ ଧକ୍କା ଦେଇଥିବା ସୂଚନା ମିଳିଛି ।

ଘଟଣାସ୍ଥଳରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଥିବାବେଳେ, ଏକାଧିକ ଲୋକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ରେସ୍କ୍ୟୁ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରାଯାଉଥିବାବେଳେ, ଉଦ୍ଧାର କାର୍ଯ୍ୟ ଜାରି ରହିଛି ।