ଆର୍ମେନିଆର ଉପ-ବୈଦେଶିକ ମନ୍ତ୍ରୀ କହିଛନ୍ତି 'ଭାରତ ଏବଂ ଆର୍ମେନିଆ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବା ପାଇଁ ଆମେ ଆଲୋଚନା କରୁଛୁ ଏବଂ ଆଶା କରୁଛି ଆସନ୍ତା ବର୍ଷ ଏହି ବିମାନସେବା  ଆରମ୍ଭ ହୋଇପାରିବ।'

Advertisment

ଇରାନର ଚାବାହାର ବନ୍ଦର ଜରିଆରେ ଭାରତ ଏବଂ ଅନ୍ୟ ଏସୀୟ ଦେଶଗୁଡିକରେ ପହଞ୍ଚିବା ପାଇଁ ଆର୍ମେନିଆ ଆଲୋଚନା କରୁଛି ।

‘ଇକୋନୋମିକ୍ ଟାଇମ୍ସ’ ରିପୋର୍ଟ ଅନୁଯାୟୀ ଏହି ଦକ୍ଷିଣ କୋକସିୟାୟି ଦେଶ ଇଣ୍ଟରନ୍ୟାସନାଲ ନର୍ଥ ସାଉଥ ଟ୍ରାନ୍ସପୋର୍ଟ କରିଡୋର (INSTC) ଏବଂ ଚାବାହର ବନ୍ଦର ମଧ୍ୟରେ  ବିନା ବାଧାରେ ଯଥାଶୀଘ୍ର ସଂଯୋଗ ପାଇଁ ଆଶା କରୁଛି । ଆର୍ମେନିଆର ଉପ-ବୈଦେଶିକ ମନ୍ତ୍ରୀ ମନ୍ନାସକାନ୍ ସଫରିଆନ୍ କହିଛନ୍ତି ଯେ ନିକଟରେ ଆର୍ମେନିଆର ଏକ ପ୍ରତିନିଧି ଦଳ ଚାବାହାର ବନ୍ଦରର ବ୍ୟବହାର ଉପରେ ମୁମ୍ବାଇରେ ଏକ ଉଚ୍ଚସ୍ତରୀୟ ବୈଠକରେ  ଅଂଶଗ୍ରହଣ କରିଥିଲେ ।

ରିପୋର୍ଟ ଅନୁଯାୟୀ, ସଫାରିୟାନ୍ କହିଛନ୍ତି, 'ବନ୍ଦରରେ ଯୋଗଦେବା ପାଇଁ ଆମେ ଆଲୋଚନା କରୁଛୁ ଏବଂ ଆଶା କରୁଛୁ ଯେ ଚାବାହାର ବନ୍ଦର ଏବଂ INSTC ମଧ୍ୟରେ ସଂଯୋଗ ଶୀଘ୍ର ଶେଷ ହେବ । ସୂଚନା ମିଳୁଛି କି ଆସନ୍ତା ଏକ ବର୍ଷ ମଧ୍ୟରେ ଏହି ଲିଙ୍କ୍ ସଂପୂର୍ଣ୍ଣ ହେଇଯିବ ।

ଭାରତ-ଇରାନ-ଆର୍ମେନିଆ ଗୋଷ୍ଠୀ

ଭାରତ, ଇରାନ ଏବଂ ଆର୍ମେନିଆର ତ୍ରିପାକ୍ଷିୟ ଗୋଷ୍ଠୀକୁ ଦୃଷ୍ଟିରେ ରଖି ଚାବାହାର ବନ୍ଦରରେ ଯୋଗଦେବା ପାଇଁ ଆର୍ମେନିଆର ଏହି ଉତ୍ସାହ ବିଶେଷ ମହତ୍ତ୍ୱ ରଖେ ।  ଏହି ଏପ୍ରିଲରେ ଆର୍ମେନିଆର ରାଜଧାନୀ ୟେରେଭାନରେ ଏକ ବୈଠକରେ ଏହି ତିନି ପକ୍ଷ ଅର୍ଥନୈତିକ ପ୍ରକଳ୍ପ ଏବଂ ଆଞ୍ଚଳିକ ଯୋଗାଯୋଗ ଉପରେ ଆଲୋଚନା କରିଥିଲେ ।

ଭାରତ-ଆର୍ମେନିଆ ସମ୍ପର୍କ ସୁଦୃଢ ହେବାରେ ଲାଗିଛି

ନୂଆଦିଲ୍ଲୀ ସହିତ ଆର୍ମେନିଆର ସମ୍ପର୍କ ନୂଆ ରଣନୀତିକ ଦିଗ ହାସଲ କରୁଛି | ଭାରତୀୟ ବ୍ୟବସାୟୀଙ୍କୁ ରୁଷ ଏବଂ ୟୁରୋପ ସହିତ ଯୋଡିବା ପାଇଁ ଆର୍ମେନିଆ ଇରାନ ଦେଇ ପାରସ୍ୟ ଗଲ୍ଫ-ବ୍ଲାକ୍ ସାଗର କରିଡର କିମ୍ବା INSTC ର ଏକ ନୂତନ ଶାଖାର ଅଂଶ ପ୍ରସ୍ତାବ ଦେଇଛି ।

ଆର୍ମେନିଆ ସରକାର ମଧ୍ୟ 'କ୍ରସ ରୋଡ୍ସ ଅଫ ପିସ' ପ୍ରକଳ୍ପର ବିକାଶ କରିଛନ୍ତି । ଯେଉଁଥିରେ ଶାନ୍ତି ଏଜେଣ୍ଡାର ମୂଖ୍ୟ ବିଷୟ ଭାବରେ ଏହି ଅଞ୍ଚଳର ଦେଶମାନଙ୍କ ମଧ୍ୟରେ ଯୋଗାଯୋଗ ବିକାଶ ଅନ୍ତର୍ଭୁକ୍ତ ।  ଯାହା ଭାରତ ସମେତ ଏକ ବୃହତ ଅଞ୍ଚଳ ପାଇଁ ବଡ଼ ଲାଭ ଆଣିବ ।

ଆର୍ମେନିଆର ଅଭିବୃଦ୍ଧିରେ ରେକର୍ଡ

ଯୁଦ୍ଧ ସତ୍ତ୍ବେ ଆର୍ମେନିଆ ଅର୍ଥନୈତିକ ଅଭିବୃଦ୍ଧିରେ  ରେକର୍ଡ କରିଛି । ଆର୍ମେନିଆକୁ ଭାରତକୁ ତାର ସ୍ବାଭାବିକ ସହଯୋଗୀ ବୋଲି ବର୍ଣ୍ଣନା କରି ଉପ-ବୈଦେଶିକ ମନ୍ତ୍ରୀ କହିଛନ୍ତି, 'ଆମେ ଅନେକ କ୍ଷେତ୍ରରେ ସମାନ। ବର୍ତ୍ତମାନ ଆର୍ମେନିଆରେ ନିର୍ମାଣ କ୍ଷେତ୍ରରେ ଭଲ ବୃଦ୍ଧି ଘଟିଛି ଏବଂ ଆମେ ଭାରତୀୟ କମ୍ପାନୀଗୁଡିକ ସହିତ ଆଲୋଚନା କରୁଛୁ । ଭାରତର ଦୁଇଟି ପ୍ରମୁଖ ନିର୍ମାଣକାରୀ କମ୍ପାନୀ ଆର୍ମେନିଆରେ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି ।

ଏହା ବ୍ୟତୀତ ଆର୍ମେନିଆରେ କାର୍ଯ୍ୟ କରୁଥିବା ଭାରତୀୟଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ମନ୍ତ୍ରୀ କହିଛନ୍ତି, 'ଆମେ ଭାରତ ଏବଂ ଆର୍ମେନିଆ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବା ପାଇଁ ମଧ୍ୟ ଆଲୋଚନା କରୁଛୁ ଏବଂ ଆଶା କରୁଛି ଆସନ୍ତା ବର୍ଷ ଏହି ବିମାନସେବା ଆରମ୍ଭ ହୋଇପାରିବ।' ସହଭାଗୀତାର ଅନ୍ୟ ଏକ କ୍ଷେତ୍ର ହେଉଛି ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ।  ଉଭୟ ଆର୍ମେନିଆ ଏବଂ ଭାରତ ଏହି କ୍ଷେତ୍ରରେ ମାନବ ସମ୍ବଳ ପାଇଁ ଗର୍ବ କରନ୍ତି ।  ସଫରିଆନ୍ କହିଛନ୍ତି ଯେ ଭାରତ ଏବଂ ଆର୍ମେନିଆର ଆଇଟି ପ୍ରଫେସନାଲମାନେ ସିଲିକନ୍ ଭ୍ୟାଲିରେ ଯୋଗାଯୋଗରେ ଅଛନ୍ତି ଏବଂ ସହଯୋଗର ଉପାୟ ସନ୍ଧାନ କରୁଛନ୍ତି ।

ପାକିସ୍ତାନ ପାଇଁ ଚିନ୍ତାର ବିଷୟ

ଯଦି ଆର୍ମେନିଆ ଚାବାହାରରେ ପ୍ରବେଶ କରେ ତେବେ ଏହା ପାକିସ୍ତାନ ପାଇଁ ଏକ ବଡ ସମସ୍ୟା ହୋଇପାରେ । ବାସ୍ତବରେ ପାକିସ୍ତାନ ଆଜାରବୈଜାନର ମିତ୍ର ।  ଆର୍ମେନିଆ ଏବଂ ଆଜାରବୈଜାନ ପରସ୍ପରର ପରମଶତ୍ରୁ ଅଟନ୍ତି । ଏହା ବ୍ୟତୀତ ପାକିସ୍ତାନ ମଧ୍ୟ ଇରାନ ସହ ଭଲ ସମ୍ପର୍କ ଚାହୁଁଛି । ଏଭଳି ପରିସ୍ଥିତିରେ ସେ କେବେବି ଚାହାଁନ୍ତି ନାହିଁ ଯେ ଆର୍ମେନିଆର ପ୍ରବେଶ ଚାବାହାର ବନ୍ଦରରେ ହେଉ ।