ବେଆଇନ୍ ବନ୍ଧୁକ କାରବାର ଘଟଣାରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ୮ ବନ୍ଧୁକ ଓ ୨୨ଟି ଗୁଳି ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

Advertisment
ବେଆଇନ୍ ବନ୍ଧୁକ କାରବାର ଘଟଣାରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ୮ ବନ୍ଧୁକ ଓ ୨୨ଟି ଗୁଳି ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

କନକ ବ୍ୟୁରୋ : ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ ୬ ଦୁର୍ଦ୍ଦାନ୍ତ ଅପରାଧୀ । ବନ୍ଧୁକ କାରବାର ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କଠାରୁ ୮ଟି ବନ୍ଧୁକ ସହ ୨୨ଟି ଗୁଳି ଜବତ ହୋଇଛି । ଏହା ସହ ଗୋଟିଏ ଖଣ୍ଡା, ୩ଟି ଗାଡି, ୧୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ପୋଲିସ ।

ସମ୍ବଲପୁରର ଧନୁପାଲି, ଠେଲକୋଲୋଇ, ଅଇଁଠାପାଲି ଓ ବୁର୍ଲା ଥାନା ଅଂଚଳରେ ଚଢାଉ କରି ଏସବୁ ବନ୍ଧୁକ ଓ ଗୁଳି ପୋଲିସ ଜବତ କରିଛି । ସମସ୍ତ ବନ୍ଧୁକ ରାଜ୍ୟ ବହାରୁ ଆସିଥିବା ଏସପି ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe