କନକ ବ୍ୟୁରୋ : ସମ୍ବଲପୁର ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ ୬ ଦୁର୍ଦ୍ଦାନ୍ତ ଅପରାଧୀ । ବନ୍ଧୁକ କାରବାର ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କଠାରୁ ୮ଟି ବନ୍ଧୁକ ସହ ୨୨ଟି ଗୁଳି ଜବତ ହୋଇଛି । ଏହା ସହ ଗୋଟିଏ ଖଣ୍ଡା, ୩ଟି ଗାଡି, ୧୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ପୋଲିସ ।
ସମ୍ବଲପୁରର ଧନୁପାଲି, ଠେଲକୋଲୋଇ, ଅଇଁଠାପାଲି ଓ ବୁର୍ଲା ଥାନା ଅଂଚଳରେ ଚଢାଉ କରି ଏସବୁ ବନ୍ଧୁକ ଓ ଗୁଳି ପୋଲିସ ଜବତ କରିଛି । ସମସ୍ତ ବନ୍ଧୁକ ରାଜ୍ୟ ବହାରୁ ଆସିଥିବା ଏସପି ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/07/vlcsnap-2023-07-09-14h02m47s235.jpg)