ମାଲକାନଗିରି ସ୍ୱାଭିମାନ ଅଂଚଳରେ ମାଓ ଅପରେସନରେ ବଡ ସଫଳତା: ସର୍ଚ୍ଚ ଅପରେସନରେ ମିଳିଲା ବିପୁଳ ପରିମାଣର ମାଓ ସାମଗ୍ରୀ

ମାଓ ଶିବିର ଚାଲିଥିବା ସୂଚନା ପାଇଁ ଚଢାଉ କରିଥିଲା ଓଡିଶା-ଆନ୍ଧ୍ର ପୋଲିସ

143

କନକ ବ୍ୟୁରୋ: ମାଲକାନଗିରିର ସ୍ୱାଭିମାନ ଅଂଚଳରେ ଓଡିଶା-ଆନ୍ଧ୍ର ପୁଲିସର ମିଳିତ ଅପରେସନରେ ପୁଲିସକୁ ମିଳିଛି ବଡ ସଫଳତା । ଗତକାଲି ପାପେରମେଟଲା ଗ୍ରାମପଂଚାୟତ ଅନ୍ତର୍ଗତ ଗୁନାମାମୁଡି ଅଂଚଳରେ ପୁଲିସ-ମାଓବାଦୀ ଗୁଳିବିନିମୟ ଘଟିଥିଲା । ସର୍ଚ ଅପରେସନ ପରେ ଘଟଣାସ୍ଥଳରୁ ବିପୁଳ ପରିମାଣରେ ଗୁଳିଗୋଳା ଓ ମାଓସାଗ୍ରୀ ଜବତ ହୋଇଛି । ଗୁନାମାମୁଡି ଜଙ୍ଗଲରେ ମାଓ ନେତା ଜଗନ ଓ ମାଓନେତ୍ରୀ ଅରୁଣା ଏକ ଶିବିରି ଚଳାଉଥିବା ଖବର ମିଳିବା ପରେ ସେଠାରେ ଚଢାଉ ହୋଇଥିଲା । ଘଟଣାସ୍ଥଳରୁ ମାଓବାଦୀମାନେ ଖସି ପଳାଇଛନ୍ତି ।