ଗଞ୍ଜାମ ପୋଲିସକୁ ବଡ଼ ସଫଳତା । ଦାଦାବାଟି, ରାହାଜାନି କରୁଥିବା ୮ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ଆସିକା ପୁଲିସ । ୧୦ଟି ମାଉଜର, ୧୨ଟି ବୋମା ସହ ବିଭିନ୍ନ ମାରଣାସ୍ତ୍ର ଜବତ

341

କନକ ବ୍ୟୁରୋ : ଗଞ୍ଜାମ ପୁଲିସକୁ ବଡ଼ ସଫଳତା । ଏକାସହ ଏତେ ଅସ୍ତ୍ର ଜବତ କରିବାରେ ଆସିକା ପୁଲିସ ସକ୍ଷମ ହୋଇଛି । ଧରାକୋଟ, ବଡ଼ଗଡ଼,ଆସିବା ଅଂଚଳରେ ରାହାଜାନି, ଦାଦାବଟି ଆଦାୟ କରୁଥିବା ବେଳେ ୮ ଜଣ ଦୁର୍ଦ୍ଦାନ୍ତ ଅପରାଧୀକୁ ଗିରଫ କରାଯାଇଛି । ୩ ଥାନା ପୁଲିସର ମିଳିତ ଉଦ୍ୟମରେ ଏମାନଙ୍କୁ ଗିରଫ କରାଯାଇଛି ।

ସେମାନଙ୍କ ନିକଟରୁ ୧୦ଟି ମାଉଜର,୧୨ଟି ବୋମା, ୪ଟି ବାଇକ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ଆଡିସନାଲ ଏସପି ବିଜୟ କୁମାର ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ତେବେ ଏମାନଙ୍କ ଗ୍ୟାଙ୍ଗକୁ ଧରିବାକୁ ପୋଲିସ ଖୋଳତାଡ ଆରମ୍ଭ କରିଛି ।

Comments are closed.