କନକ ବ୍ୟୁରୋ: ମାଲକାନଗିରିରେ ଯବାନଙ୍କୁ ବଡ଼ ସଫଳତା । ଓଡ଼ିଶା-ଆନ୍ଧ୍ର ସୀମାରୁ ମାଓ କ୍ୟାମ୍ପ ଠାବ ସହ ବିପୁଳ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରିଛନ୍ତି ଡିଭିଏଫ୍ ଯବାନ । ଗୁଇନ୍ଦା ସୂଚନା ମିଳିବା ପରେ କାଲିମେଳା ଥାନା ଦୟାଲତୁଙ୍ଗ ଜଙ୍ଗଲରେ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ । ଏହି ସମୟରେ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କରିଥିଲେ ଯବାନ । ଏହି କ୍ୟାମ୍ପରୁ ୧୨ଟି ଲ୍ୟାଣ୍ଡମାଇନ୍ ସହ ୧୯୦ଟି ଜିଲୋଟିନ ଷ୍ଟିକ୍ ଓ ବିପୁଳ ପରିମାରଣର ବିସ୍ଫୋରକ ଏବଂ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଯବାନଙ୍କୁ ଦେଖି କ୍ୟାମ୍ପ ଛାଡି ଫେରାର ହୋଇଯାଇଛନ୍ତି ମାଓବାଦୀ ।
ମାଲକାନଗିରିରେ ଯବାନଙ୍କୁ ବଡ଼ ସଫଳତା । ମାଓ କ୍ୟାମ୍ପ ଠାବ ସହ ବିପୁଳ ମାଓ ସାମଗ୍ରୀ ଜବତ ।
/kanak/media/post_attachments/wp-content/uploads/2024/04/WhatsApp-Image-2024-04-03-at-10.03.21-AM.jpeg)